ରାଜ୍ୟସମସ୍ୟା ଭିତ୍ତିକ ଖବର

ଅଳିଆ ଆବର୍ଜନାରେ ଭରିହୋଇଛି ବରମୁଣ୍ଡା ଗାଁ ପୋଖରୀ

ଅଳିଆ ଆବର୍ଜନାରେ ଭରିହୋଇଛି ବରମୁଣ୍ଡା ଗାଁ ପୋଖରୀ

ପୁନରୁଦ୍ଧାର ବାହାନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ଫଳ ଶୁନ 

ଭୁବନେଶ୍ୱର ୦୭.୦୫.୨୦୨୫(ଏସ .ଏମ ) :  କ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଏମ୍‌ସି ୫୦ ନମ୍ବର ୱାର୍ଡ ବରମୁଣ୍ଡା ଦଶତୁଠ ଚୁଆର ବାରମ୍ବାର ପୁନରୁଦ୍ଧାର ହେଉଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଯାଉଛି। ୪ବର୍ଷ ପୂର୍ବେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଦଶତୁଠ ଚୁଆର ପୁନରୁଦ୍ଧାର ହୋଇଥିଲା। ଚାରିଆଡ଼େ ରେଲିଂ ଲଗାଯିବା ସହ ପାଣି ସଫା କରାଯାଇଥିଲା। ଶୌଚାଳୟ, ଦଶତୁଠ କର୍ମକାଣ୍ଡ ପାଇଁ ଘର, ଗାଧୋଇବା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ବର୍ଷେ ହେଲା ଚୁଆର ଚାରିପଟ ରେଲିଂ, ପେଭର ବ୍ଲକ୍ ଭାଙ୍ଗିବା ସହିତ ପାଣିରେ କୁଢ଼କୁଢ଼ ମଇଳା ପଡ଼ିଛି। ପାଣିରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ଶିଉଳି ମାଡ଼ିଗଲାଣି।ଏବେ ପୁଣି ଥରେ ଚୁଆର ପୁନରୁଦ୍ଧାର ପାଇଁ କୋଟିଏରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି। ବର୍ଷେ ହେଲା ଏଥିପାଇଁ ଯୋଜନା ଚାଲିଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରିନି। ନୂଆ ଯୋଜନା ଅନୁସାରେ ଆଉ ଥରେ ପୋଖରୀ ସଫା କରାଯିବା ସହିତ ଏହାର ପାଣିକୁ ସମ୍ପୂର୍ଣ୍ଣ କଢ଼ାଯାଇ ବିଶୋଧନ କରାଯିବ। ସେହିପରି ତୁଠ କାମ, କର୍ମ କାଣ୍ଡ ପାଇଁ ଥିବା ଘରକୁ ପୁଣି ନିର୍ମାଣ କରାଯିବ। ମହିଳାଙ୍କ ଗାଧୁଆ ତୁଠ ଅଲଗା ହେବା ସହିତ ସେମାନଙ୍କ ଲୁଗା ବଦଳାଇବାକୁ ଅଲଗା ଘର ହେବ। ଶୌଚାଳୟ ନୂତନ ଭାବେ ତିଆରି କରାଯିବ। ରେଲିଙ୍ଗ୍ ଥିବା ଜାଗାରେ ତାରଜାଲି ଲାଗିବ। ସେହିପରି ଏହି ଛକର ମଧ୍ୟ ଉନ୍ନତୀକରଣ କରାଯିବ। ଏଭଳି ଯୋଜନା ବର୍ଷେ ହେଲା ହୋଇଥିଲେ ମଧ୍ୟ ଏଯାଏଁ କାମ ଆରମ୍ଭ ହୋଇନି। ଏ ସଂକ୍ରାନ୍ତରେ ସ୍ଥାନୀୟ କର୍ପୋରେଟର ରାମ ରଣସିଂହ କହିଛନ୍ତି, ଚୁଆକୁ ପ୍ରତିଦିନ ସଫା କରାଯାଉଛି। ଲୋକେ ତୁଠକାମ କରିବା ପରେ କର୍ମ ସାମଗ୍ରୀ ପାଣିରେ ପକାଉଛନ୍ତି। ତେଣୁ ପାଣି ଅଳିଆ ହେଉଛି। ଏହାର ପୁନରୁଦ୍ଧାର ଖୁବ୍ ଶୀଘ୍ର ହେବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70