କର୍ଣ୍ଣାଟକରେ ଜି ରାମ୍ ଜି ଆଇନ ବିବାଦ: ବିଧାନସଭାରେ ଭାଷଣ ନଦେଇ ଚାଲିଗଲେ ରାଜ୍ୟପାଳ
କର୍ଣ୍ଣାଟକରେ ଜି ରାମ୍ ଜି ଆଇନ ବିବାଦ: ବିଧାନସଭାରେ ଭାଷଣ ନଦେଇ ଚାଲିଗଲେ ରାଜ୍ୟପାଳ
ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦରେ ଏବେ କର୍ଣ୍ଣାଟକର ନାଁ ଯୋଡ଼ି ହୋଇଯାଇଛି। ଗୁରୁବାର କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ବିଧାନସଭାରେ ମାତ୍ର ଦୁଇ ଧାଡ଼ି ଭାଷଣ ପଢ଼ିବା ପରେ ବିଧାନସଭାରୁ ବାହାରି ଚାଲି ଯାଇଥିଲେ
ବେଙ୍ଗାଲୁରୁ/ଭୁବନେଶ୍ୱର ୨୨-୦୧-୨୦୨୬(ଏସ.ଏମ ) : ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦରେ ଏବେ କର୍ଣ୍ଣାଟକର ନାଁ ଯୋଡ଼ି ହୋଇଯାଇଛି। ଗୁରୁବାର କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ବିଧାନସଭାରେ ମାତ୍ର ଦୁଇ ଧାଡ଼ି ଭାଷଣ ପଢ଼ିବା ପରେ ବିଧାନସଭାରୁ ବାହାରି ଚାଲି ଯାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରାଯାଇଥିବାରୁ ସେ ବିରକ୍ତି ପ୍ରକାଶ କରି ବିଧାନସଭାରୁ ଚାଲି ଯାଇଥିଲେ। ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟ ସରକାର।
