ରାଜନୀତିରାଜ୍ୟ

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଆସନ୍ତା ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୩ଟି ସରପଞ୍ଚ ଓ  ୨୭୨ଟି ୱାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବ।

ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) : ସନ୍ତା ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୩ଟି ସରପଞ୍ଚ ଓ  ୨୭୨ଟି ୱାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବ। ଜୁନ୍ ୨୬, ୨୮, ୨୯, ୩୦ ଓ ୩୧ ତାରିଖରେ ନାମାଙ୍କନ ଦାଖଲ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଏଣେ ଜୁନ୍ ୨ରେ ନାମାଙ୍କନ ଯାଞ୍ଚ ଓ ୪ରେ ପ୍ରତ୍ୟାହାର ହେବ।ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ଜୁନ୍ ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତାପରେ ପଞ୍ଚାୟତ ଅଫିସରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ ।  ଜୁନ୍ ୨୪ ତାରିଖ ସକାଳ ୮ଟାରେ ବ୍ଲକ୍ ଅଫିସରେ ଭୋଟ୍ ଗଣତି କରାଯିବ। ଜୁନ୍ ୨୪ ତାରିଖ ଯାଏ ଆଚରଣବିଧି ଲାଗୁ ରହିବ। ଆସନ୍ତାକାଲି ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *