TOP STORIESଦେଶ- ବିଦେଶ

ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ

ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ

ପାକିସ୍ତାନରେ ଶୁଭିବନି ଭାରତୀୟ ସଙ୍ଗୀତ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩.୦୫.୨୦୨୫(ଏସ.ଏମ ) : ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ । ଭାରତୀୟ ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ।ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାରଙ୍କ ଭଳି ମହାନ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଗୀତଗୁଡ଼ିକ ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବାରୁ ଏହାକୁ ପ୍ରତିଦିନ ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଦ୍ୱାରା ବଜାଇ ଦିଆଯାଏ । ତେଣୁ ଏବେ ଏସବୁ ଗୀତ ଉପରେ କଟକଣା ଲଗାଇଯାଇଛି ।ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ଆକ୍ସନ ନେଉଥିବା ଭାରତ । ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ସହ ସେମାନଙ୍କୁ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆକୁ ଭାରତରେ ବ୍ୟାନ୍ କରାଯାଇଛି । ଏଥିସହ ବିଭିନ୍ନ ଖେଳାଳୀଙ୍କ ଉପରେ ବି ଆକ୍ସନ ନିଆଯାଇଛି । ଯେଉଁଥିରେ ବିଳିବିଳେଇ ହୋଇ ପାକିସ୍ତାନ ଭାରତୀୟ ଗୀତ ଉପରେ କଟକଣା ଲଗାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *