ଅପରାଧରାଜ୍ୟ

ପୁଣି ମୁଙ୍ଗେର୍‌ ଲିଙ୍କ୍‌, ୫୦ ହଜାରରେ ବନ୍ଧୁକ କିଣା

ପୁଣି ମୁଙ୍ଗେର୍‌ ଲିଙ୍କ୍‌, ୫୦ ହଜାରରେ ବନ୍ଧୁକ କିଣା

ଗଞ୍ଜାମ ଜିଲ୍ଲାକୁ ବନ୍ଧୁକ ମୁକ୍ତ କରିବା ପାଇଁ ପୁଲିସର ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଗଞ୍ଜାମ ଜିଲ୍ଲା ପୁଲିସର ସଫଳତା ପରେ ବ୍ରହ୍ମପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ଥାନା ଇଲାକାରୁ ୧୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବ୍ରହ୍ମପୁର/ଭୁବନେଶ୍ୱର ୨୩-୦୫-୨୦୨୫(ଏସ .ଏମ ) :ପରାଧୀ ଦମନ ଓ ଗଞ୍ଜାମ ଜିଲ୍ଲାକୁ ବନ୍ଧୁକ ମୁକ୍ତ କରିବା ପାଇଁ ପୁଲିସର ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଗଞ୍ଜାମ ଜିଲ୍ଲା ପୁଲିସର ସଫଳତା ପରେ ବ୍ରହ୍ମପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ଥାନା ଇଲାକାରୁ ୧୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କ ନାମରେ ବହୁ ସଙ୍ଗିନ ମାମଲା ରହିଥିବା ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ନୀତି ଶେଖର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳୀନରେ କହିଛନ୍ତି। ଏମାନଙ୍କ ନିକଟରୁ ୬ଟି ମାଉଜର୍‌, ୧୨ରାଉଣ୍ଡ ଗୁଳି, ୫ଟି ଖଣ୍ଡା ଓ ୭ଟି ମୋବାଇଲ୍‌ ଜବତ କରାଯାଇଛି। ଅପରାଧୀଙ୍କ ଠାରୁ ଜବତ ହୋଇଥିବା ବନ୍ଧୁକ ବିହାରର ମୁଙ୍ଗେର୍‌ରୁ ଆସିଥିବା ଆଇଜି କହିଛନ୍ତି। କିଏ ଓ କେଉଁ ମାଧ୍ୟମରେ ଏହି ବନ୍ଧୁକ ଗଞ୍ଜାମ ଜିଲ୍ଲାକୁ ଆଣୁଛି ତା’ର ତଦନ୍ତକୁ ତ୍ବରାନ୍ବିତ କରାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ଆଇଜି ସୂଚନା ଦେଇଛନ୍ତି।ଆଇଜିଙ୍କ ସୂଚନା ଅନୁସାରେ ଗଞ୍ଜାମ ପରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଅପରାଧୀ ଧରପଗଡ଼ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ୪ଟି ଥାନା ଇଲାକାରୁ ୧୨ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ମଧ୍ୟ ଜବତ ହୋଇଛି। ବଡ଼ବଜାର ଥାନାର ଗୋଟିଏ ମାମଲାରେ ୨ଟି ମାଉଜର୍‌, ୪ ଗୁଳି ଜବତ ହୋଇଥିବା ବେଳେ ସଦର ଥାନାର ଗୋଟିଏ ମାମଲାରେ ଗୋଟିଏ ମାଉଜର୍‌, ୩ଟି ଗୁଳି, ନିମଖଣ୍ଡି ଥାନାର ଗୋଟିଏ ମାମଲାରେ ୨ଟି ମାଉଜର୍‌, ୪ଟି ଗୁଳି ଏବଂ ଦିଗପହଣ୍ଡି ଥାନାର ଗୋଟିଏ ମାମଲାରେ ଗୋଟିଏ ମାଉଜର୍‌ ସହିତ ଗୋଟିଏ ରାଉଣ୍ଡ୍‌ ଗୁଳି ଜବତ ହୋଇଥିବା ଆଇଜି ସୂଚନା ଦେଇଛନ୍ତି। ଏହି ଅପରାଧୀମାନେ ବଡ଼ ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍‌.ଙ୍କ ନେତୃତ୍ବରେ ଚଢ଼ଉ କରାଯାଇ ସମସ୍ତଙ୍କୁ କାବୁ କରାଯାଇଛି। ଫଳରେ ସଂଗଠିତ ଅପରାଧକୁ ରୋକାଯାଇ ପାରିଛି ବୋଲି ଆଇଜି କହିଛନ୍ତି। ଜବତ ହୋଇଥିବା ପିସ୍ତଲ ବିହାରର ମୁଙ୍ଗେରରୁ ଆସିଥିବା ସୂଚନା ମିଳିଛି। ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଆଗକୁ ମଧ୍ୟ ଏଭଳି ସ୍ବତନ୍ତ୍ର ଅପରେସନ୍‌ ଜାରି ରହିବ। ଅପରାଧୀମାନେ ମୁଙ୍ଗେରରୁ ପ୍ରାୟ ୪୦/୫୦ହଜାର ଟଙ୍କାରେ ବନ୍ଧୁକ କିଣି ଆଣୁଥିବା ତଦନ୍ତରୁ ଜଣାପଡ଼ିଛି। ଏହି ପିସ୍ତଲ ଅପରାଧରେ ବ୍ୟବହାର ହୋଇଛି କି ନାହିଁ, ତାହା ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି ଆଇଜି କହିଛନ୍ତି।ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ବଜ଼ାର ଥାନା ଅଞ୍ଚଳର ଭାଲୁ ସାମଲ, ଲିଙ୍ଗରାଜ ସାମଲ, ସତ୍ୟବାନ ଦାସ, କେ.ପ୍ରସାଦ ରାଓ, ସଦର ଥାନା ଅଞ୍ଚଳର ମଣ୍ଟୁ ଗୌଡ଼, ରାକେଶ ପାଢ଼ୀ, ପାର୍ଥ ଦାସ, ରଞ୍ଜନ ନାୟକ, ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ ପାଣିଗ୍ରାହୀ, ଟୁନା ନାୟକ, ସଂଘମ ପାଣିଗ୍ରାହୀ ଓ ଦିଗପହଣ୍ଡି ଥାନା ଅଞ୍ଚଳର ଅଜିତ ସେଠୀ। ଏହି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏହା ପୂର୍ବରୁ ଗଞ୍ଜାମ ପୁଲିସ ଜିଲ୍ଲା ତରଫରୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ ୨୫ ବନ୍ଧୁକ, ବିପୁଳ ଗୁଳି ଜବତ ହେବା ସହିତ ୩୮ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *