ରାଜ୍ୟ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
  • ଏହି ଗସ୍ତକାଳରେ ସେ ରାଇରଙ୍ଗପୁର ଅର୍ଥାତ୍ ଜନ୍ମମାଟିକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି।
  • ତେବେ ଏହି ଗସ୍ତ ସମୟରେ ଅନେକ ପ୍ରକଳ୍ପର ଲୋକାର୍ପିତ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ରାଇରଙ୍ଗପୁର ୨୭-୦୧-୨୦୨୬(ଏସ.ଏମ ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ରାଇରଙ୍ଗପୁର ଅର୍ଥାତ୍ ଜନ୍ମମାଟିକୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ତେବେ ଏହି ଗସ୍ତ ସମୟରେ ଅନେକ ପ୍ରକଳ୍ପର ଲୋକାର୍ପିତ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଫେବ୍ରୁଆରି ୪ ତାରିଖ ସକାଳ ୯ଟା ସମୟରେ ବାୟୁସେନାର ସ୍ଵତନ୍ତ୍ର ବିମାନ (IAF MI-୧୭) ଯୋଗେ ପୁରୀଜିଲ୍ଲା ତାଳବାଣିଆସ୍ଥିତ ହେଲିପ୍ଯାଡ଼୍ ଠାରୁ ଉଡାଣ ଭାରି ରାଇରଙ୍ଗପୁର ଦାଣ୍ଡବୋଷ ଏୟାର ଷ୍ଟ୍ରିପ ଠାରେ ୧୦.୪୦ ମିନଟ ସମୟରେ ପହଞ୍ଚିବେ।

ଏହାପରେ ସଡକ ପଥରେ ସିଧାସଳଖ ମହୁଲଡିହାସ୍ଥିତ ସେଣ୍ଟ୍ରାଲ ହୋଲିଡେ ହୋମକୁ ୧୧.୦୦ ମିନିଟ୍ ଠାରୁ ୧୧:୨୦ ମଧ୍ୟରେ ଲୋକାର୍ପିତ କରିବେ। ପରେ ସେ ମହୁଲଡିହା ସ୍ଥିତ ରାଇରଙ୍ଗପୁର ସରକାରୀ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧.୨୫ ମିନିଟ୍ ସମୟରେ ପହଁଞ୍ଚି ୧୧.୩୫ରୁ ୧୧.୫୫ ମଧ୍ୟରେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୃତ୍ତି ଉନ୍ମୋଚନ କରିବେ ଏବଂ ଛାତ୍ରୀ,ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିବେ। ସେଠାରୁ ସେ ବାଇଦାପଷୀ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କୁ ଅପରାହ୍ନ ୧୨ ଟା ରୁ ୧୨.୨୫ ମିନିଟ୍ ସମୟରେ ଲୋକାର୍ପିତ କରିବେ। ପରେ ୧୨.୩୦ ମିନିଟ୍ ସମୟରେ ରାଇରଙ୍ଗପୁର ଗେଷ୍ଟ ହାଉସ/ନିଜ ବାସଭବନରେ ପହଁଞ୍ଚିବେ। ୧୨.୩୦ମିନିଟ୍ ରୁ ୧.୩୦ ମଧ୍ୟରେ ରାଇରଙ୍ଗପୁର ଠାରେ ସୁଟିଂ ସ୍ଲୋଟ କରିବେ। ପରେ ୧ .୩୦ ରୁ ୩.୩୦ ମଧ୍ୟରେ ମଧ୍ୟାହ୍ନଭୋଜନ କରିବା ପରେ ବିଶ୍ରାମ ନେବେ।

ନିଜ ବାସଭବନ ଠାରୁ ସଡ଼କ ପଥ ଦେଇ ୩.୫୦ ମିନିଟ୍ କଚେରୀ ଷ୍ଟାଡିୟମ୍ ଠାରେ ପହଞ୍ଚି ଆଭାସୀ ମାଧ୍ୟମରେ ପାଞ୍ଚଗୋଟି ପ୍ରକଳ୍ପ ଶିଳାନ୍ୟାସ କରିବେ ଯଥା: କୁସୁମୀ ବ୍ଲକ ଅନ୍ତର୍ଗତ ଶୂଳିଦୁମା ୧୨୬୮୯ଏକର ଜମିରେ ୧୫୦ କୋଟି ଅଟକଳ ମୂଲ୍ୟରେ ଦେଶର ଦ୍ବିତୀୟ ଆଇ ଆଇ ଏଫ୍ ଏମ କେମ୍ପସ୍ ,ସେହିପରି ଉକ୍ତ ବ୍ଲକର ଚିଙ୍ଗୁଡିପୋଖରି ଗ୍ରାମଠାରେ ୩୦ ଏକର ଜମିରେ ନବୋଦୟ ବିଦ୍ୟାଳୟ ଏବଂ ସେହିଗ୍ରାମ ଓ ଦଲକି ଗ୍ରାମ ଠାରେ ୧୩୪ ଏକର ଜମିରେ ଓୟୁଏଟି, ରାଇରଙ୍ଗପୁର ସ୍ଥିତ ପାତେପାଣି ଗ୍ରାମଠାରେ ଆରଚେରୀ ସେଣ୍ଟର ଏବଂ ମୂର୍ଗାଘୁଟୁ ଗ୍ରାମରେ ଆୟୁଷ ହସ୍ପିଟାଲ, ରାଇରଙ୍ଗପୁର ଖଡଖାଇ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ କରିବେ। ସେହିପରି ବାଇଦାପୋଷୀ ସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର, ଓ ଏମପିସି ବିଶ୍ଵ ବିଦ୍ୟାଳୟ, ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସର ଲୋକାର୍ପଣ କରିବେ। ଏହାପରେ ସଡକ ପଥ ଦେଇ ନିଜ ବାସଭବନରେ ୫.୩୦ ମିନିଟ୍ ସମୟରେ ପହଞ୍ଚିବେ। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟା ରୁ ୬.୩୦ ମିନିଟ୍ ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବେ ପରେ ରାତ୍ରି ଯାପନ କରିବେ। ସେହିପରି ତାପର ଦିନ ୫ ଫେବୃଆରୀ ୮.୫୦ ମିନିଟ୍ ସମୟରେ ଜଳଖିଆ ଖାଇବା ପରେ ସକାଳ ୯ ଟା ସମୟରୁ ୧୨.୪୫ ମିନିଟ୍ ମଧ୍ୟରେ ରାଇରଙ୍ଗପୁର, ଶ୍ବଶୁର ଘର ଗାଁ ପାହାଡ଼ପୁର ଏବଂ ପୈତୃକ ଗ୍ରାମ ଉପରବେଡାଠାରେ ଡକୁମେଣ୍ଟରୀ ଷ୍ଟୋରୀ କରିବେ ।ସେହିପରି ଅପରାହ୍ନ ୧ ରୁ ୨.୧୦ ମିନିଟ୍ ମଧ୍ୟରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିବେ ଏବଂ ଡକ୍ୟୁମେଣ୍ଟରି ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥ ମନ୍ଦିରରୁ ପ୍ରସାଦ ସେବନ ପରେ ୨.୧୦ ମିନିଟ୍ ରୁ ୩.୧୦ ମିନିଟ୍ ମଧ୍ୟରେ ରାଇରଙ୍ଗପୁର, ଶ୍ବଶୁର ଘର ଗାଁ ପାହାଡ଼ପୁର ଏବଂ ପୈତୃକ ଗ୍ରାମ ଉପରବେଡା ଠାରେ ଡକ୍ୟୁମେଣ୍ଟରି ଷ୍ଟୋରୀ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଫେରିବା ପରେ ସଡକପଥ ଦେଇ ଦାଣ୍ଡବୋଷ ଏୟାର ଷ୍ଟ୍ରିପ ପହଞ୍ଚି ୩.୩୦ ମିନିଟ୍ ସମୟରେ ଯଶିପୁର ଅଭିମୁଖେ ଗସ୍ତ କରିବେ । ଯଶିପୁରସ୍ଥ ଶିମିଲିପାଳରେ ସେ ରାତ୍ରୀ ଯାପନ କରିବେ ବୋଲି ସୂଚନା ମିଳିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70