ସ୍ତ୍ରୀ ଓ ଶଶୁର ମିଶି ସ୍ବାମୀକୁ କଲେ ହତ୍ୟା, ଥାନାରେ ଏତଲା
ସ୍ତ୍ରୀ ଓ ଶଶୁର ମିଶି ସ୍ବାମୀକୁ କଲେ ହତ୍ୟା, ଥାନାରେ ଏତଲା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗ୍ରାମରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଏଠାରେ ସ୍ତ୍ରୀ ଓ ଶଶୁର ମିଶି ସ୍ୱାମୀ କାଳିଆ ସେଠୀକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।
କବିସୂର୍ଯ୍ୟନଗର/ଭୁବନେଶ୍ୱର ୦୨-୦୬-୨୦୨୫ (ଏସ.ଏମ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗ୍ରାମରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଏଠାରେ ସ୍ତ୍ରୀ ଓ ଶଶୁର ମିଶି ସ୍ୱାମୀ କାଳିଆ ସେଠୀକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଗୋବିନ୍ଦପୁର ଗ୍ରାମର କାଳିଆ ସେଠୀ ୧୩ ବର୍ଷ ପୂର୍ବେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। କିଛି ଦିନ ଭଲରେ ଚଳିବା ପରେ ଉଭୟ ମଧ୍ୟରେ ଆରମ୍ଭ ହେଲା ଅଶାନ୍ତି। ସ୍ୱାମୀ କାମ କରିବାକୁ ଯିବା ପରେ ସ୍ତ୍ରୀ ଅନ୍ୟ କାହା ସହ ଫୋନରେ କଥା ହେଉଥିବା ଜାଣି କାଳିଆ ବାରଣ କଲା। ସେହି ଦିନରୁ ଝଗଡ଼ା ଆରମ୍ଭ ହେଲା। ଫେବ୍ରୁଆରି ମାସରେ ସ୍ତ୍ରୀ ପୂଜା ବାପାଘରକୁ ଯାଇ ଆଉ ଫେରିନଥିଲେ। କିନ୍ତୁ ସ୍ୱାମୀକୁ ଫୋନରେ ଧମକ ଦେଉଥିବା କାଳିଆର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ପୂଜାର ବାପା କାଳିଆକୁ ମାରିଦେବାକୁ ମଧ୍ୟ କାଳିଆର ବାପାକୁ କହିଥିବା ସେ ଅଭିଯୋଗ କରିଛନ୍ତି। ହେଲେ କାଳିଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଆସି ଛୁରୀରେ ଭୁସି ଏବଂ ହାତକୁ ହାଣି ଫେରାର ହୋଇଯାଇଛନ୍ତି ବୋଲି କାଳିଆର ବାପା ଓ ଭାଇ ଥାନାରେ ଏତଲା ଦେଇଥିବା ଜଣାଯାଇଛି।
