LatestNewsTOP STORIESରାଜ୍ୟ

୧୧୨ ଜରୁରୀ ସହାୟତା ନମ୍ବର ବ୍ୟବହାର କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା

୧୧୨ ଜରୁରୀ ସହାୟତା ନମ୍ବର ବ୍ୟବହାର କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା

ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ଭୁବନେଶ୍ୱର ୨୦-୦୩-୨୦୨୬( ଏସ.ଏମ ) :  ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏ ସଂପର୍କରେ ବିଭିନ୍ନ ପଦକ୍ଷେପ ନେଇ ସଂପୃକ୍ତ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଅଗ୍ନିଶମ ସେବା ପୁଲିସ୍ ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢୀ, ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ଚଂଚଳ ରାଣାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ଅଗ୍ନି ସୁରକ୍ଷା ସଂପର୍କିତ ନିୟମିତ ଯାଂଚ ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଆରମ୍ଭ କରି ଏହାକୁ ବ୍ୟାପକ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ, ହାଉସିଂ ସୋସାଇଟି, ବଡ ବଡ କୋଠା ଆଦି ଅଗ୍ନି ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବା କଥା, ସେମାନଙ୍କୁ ବୈଧ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ପ୍ରତିଷ୍ଠାନମାନେ ନିଜ ନିଜର କର୍ମଚାରୀ ବା ରହିଥିବା ମାନବ ସମ୍ବଳ(ଏଚଆର)ଙ୍କ ମଧ୍ୟରୁ ଅଗ୍ନି ସୁପରଭାଇଜର ନିୟୋଜିତ କରିବେ। ସେମାନଙ୍କୁ ଅଗ୍ନିଶମ ସେବା ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। ଏହା ସହିତ ବିଭିନ୍ନ କୋଠାଗୁଡିକରେ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ଅଗ୍ନିକାଣ୍ଡ ଧନ ଜୀବନକୁ ବିପଦରେ ପକାଉଥିବାରୁ ପ୍ରତ୍ୟେକ ନାଗରିକଙ୍କର ଏ ଦିଗରେ ସଚେତନ ହେବା ଓ ସୁରକ୍ଷା ନିୟମ ମାନିବା ଅତ୍ୟାବଶ୍ୟକ। ଅଗ୍ନିଶମ ସେବା ଡିଜି ଡଃ. ଷଡ଼ଙ୍ଗୀ ବିଭିନ୍ନ ପରାମର୍ଶ ସମ୍ପର୍କରେ ଆଲୋଚନା କରିବା ସହିତ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣ ୧୧୨ ହେଲ୍ପଲାଇନ୍‌କୁ ତୁରନ୍ତ ଫୋନ୍ କରି ସହାୟତା ନେବାକୁ ଅନୁରୋଧ କରିଛନ୍ତି। ୧୧୨ ହେଉଛି ଏକ ଜରୁରୀ ସହାୟତା ନମ୍ବର, ଯାହା ଟୋଲ ଫ୍ରି(ଦେୟ ମୁକ୍ତ) ଭାବେ ଉପଲବ୍ଧ ଏବଂ ପୁଲିସ, ଅଗ୍ନିଶମ, ଚିକିତ୍ସା ସୁରକ୍ଷା ଓ ଅନ୍ୟାନ୍ୟ ଜରୁରୀ ସେବା ପାଇଁ ତୁରନ୍ତ ସହାୟତା ପାଇବାରେ ବ୍ୟବହୃତ ହୋଇଥାଏ। ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍‌ସ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବା ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ସେବା, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭାଗଙ୍କ ସମନ୍ୱୟରେ ତୁରନ୍ତ ଏକ ସଦ୍ୟ ମାର୍ଗଦର୍ଶିକା (ଏସ୍‌ଓପି) ପ୍ରସ୍ତୁତି କରିବା ଏବଂ ତଦନୁସାରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ବିଶେଷ କରି ହୋଟେଲ୍ ଓ ଜନ ଗହଳି ରହୁଥିବା ଅଞ୍ଚଳମାନଙ୍କରେ ଥିବା କୋଠାଗୁଡିକରେ ଅଗ୍ନି ନିରାପତ୍ତା ଯାଂଚ ଅଭିଯାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70