ଖେଳରାଜ୍ୟ

ଅନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍: ସେମିରେ ଭୁବନେଶ୍ବର-ଏ, କଟକ-ଏ, ଅନୁଗୁଳ, ଭୁବନେଶ୍ବର-ବି

ଅନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍: ସେମିରେ ଭୁବନେଶ୍ବର-ଏ, କଟକ-ଏ, ଅନୁଗୁଳ, ଭୁବନେଶ୍ବର-ବି

କଟକ ୨୯-୦୧-୨୦୨୬ (ଏସ .ଏମ ) : ଳିତ ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଶୁକ୍ରବାର ସେମିଫାଇନାଲ୍‌ରେ ଭୁବନେଶ୍ବର-ଏ’ ଓ ଭୁବନେଶ୍ବର-ବି’ (ବାରବାଟୀ) ଏବଂ କଟକ-ଏ’ ଓ ଅନୁଗୁଳ (ଗତିରାଉତପାଟଣା) ମୁହାଁମୁହିଁ ହେବେ। ଗୁୁରୁବାର ଗତିରାଉତପାଟଣା ପଡ଼ିଆରେ ଖେଳାଯାଇଥିବା କ୍ବାର୍ଟର୍‌ଫାଇନାଲରେ ଭୁବନେଶ୍ବର-ଏ’ ୧୦ ୱିକେଟ୍‌ରେ ଯାଜପୁରକୁ ପରାସ୍ତ କରିଛି। ଯାଜପୁର ୧୬ ଓଭରରେ ୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭୁବନେଶ୍ବର-ଏ’ ୫.୧ ଓଭରରେ କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା।

ରେଭେନ୍‌ସା ପଡ଼ିଆ-୨ରେ କଟକ-ଏ’ ୧୫୫ ରନ୍‌ରେ ପୁରୀକୁ ପରାସ୍ତ କରିଛି। ପ୍ରିୟାଂଶୁ ସାମଲଙ୍କ ଶତକ (୧୧୨ ରନ୍‌) ବଳରେ କଟକ-ଏ’ ୪୫ ଓଭରରେ ୯ ୱିକେଟ ହରାଇ ୨୩୦ ରନ୍‌ କରିଥିଲା। ଜବାବରେ ପୁରୀ ୨୯ ଓଭରରେ ସମସ୍ତ ୱିକେଟ ହରାଇ ୭୫ ରନ୍‌ କରିପାରିଥିଲା। ପୁରୁଣା ଭୁବନେଶ୍ବର ମୂଳାପଡ଼ିଆରେ ଅନୁଗୁଳ ୫ ୱିକେଟ୍‌ରେ ନବରଙ୍ଗପୁରକୁ ହରାଇଛି।

ନବରଙ୍ଗପୁର ୩୭ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଅନୁଗୁଳ ୨୩.୧ ଓଭରରେ ୫ ୱିକେଟ୍‌ ହରାଇ ମ୍ୟାଚ ଜିତି ନେଇଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଭୁବନେଶ୍ବର-ବି ୮ ୱିକେଟ୍‌ରେ ଢେଙ୍କାନାଳକୁ ମାତ୍‌ ଦେଇଛି। ଢେଙ୍କାନାଳ ୪୫ ଓଭରରେ ୭ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ଭୁବନେଶ୍ବର-ବି ୧୮.୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70