ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଆସାମ ବନ୍ୟାର ବିକଟାଳ ରୂପ

ଆସାମ ବନ୍ୟାର ବିକଟାଳ ରୂପ

ଆସାମରେ ବନ୍ୟା ନେଲାଣି ୧୯ ଜୀବନ, ଏବେବି ପାଣି ଘେରରେ ଲୋକେ

ଆସାମ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ .ଏମ ) : ନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି । ଜିଲ୍ଲାର ୧୦୧ ଗାଁ ବନ୍ୟା ଦ୍ବାରା ପ୍ରଭାବିତ । ରାସ୍ତାଘାଟ, ବିଲମାଳ, ଘର ଦ୍ବାର ସବୁଠି ପାଣି ପଶିଯାଇଛି । ବନ୍ୟା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସେପଟେ ବନ୍ୟା ଜନିତ ମୃତ୍ୟୁକୁ ନେଇ ରିପୋର୍ଟ ଦେଇଛନ୍ତି ଆସାମ ସରକାର । ବନ୍ୟା ପାଇଁ ଇତିମଧ୍ୟରେ ମୋଟ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ବନ୍ୟାରେ କେବଳ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଭୂସ୍ଖଳରେ ୫ ଜଣଙ୍କର ଜୀବନ ଯାଇଛି ।ପାଣି.. ପାଣି.. ପାଣି.. ଚାରିଆଡେ ପାଣି । ପାଣି ପାଇଁ ସଙ୍କଟରେ ପ୍ରାଣ । ଏହି ପାଣି ନମିଳିଲେ ହାହାକାର, ବଢିଗଲେ ବି ହାହାକାର । ଯେବେ ପାଣି ପାଇଁ ଆସେ ପ୍ରଳୟ, ସେବେ ଜଳର ତାଣ୍ଡବରେ ଜୀବନ ହୁଏ ବନ୍ଦୀ । ଏମିତି ହିଁ ପରିସ୍ଥିତି ପୂର୍ବୋତ୍ତର ରାଜ୍ୟମାନଙ୍କରେ ଦେଖିବାକୁ ମିଳିଥିବା ବେଳେ ଆସାମର ସ୍ଥିତି ସଙ୍ଗୀନ ହୋଇଛି । ଜଳରେ ଘର ଦ୍ବାର, ରାସ୍ତା ଘାଟ ସବୁ ବୁଡି ରହିଛି । ରାସ୍ତା ବନ୍ୟା ଜଳରେ ନଈ ପାଲଟି ଯାଇଛି । ବିଲମାଳ ସମୁଦ୍ର ପରି ସବୁ ଦିଶୁଛି । ରାସ୍ତା ଉପରେ ଗାଡି ମଟର ଅଟକି ରହିଛି । ପାଣିର ପ୍ରଖର ସୁଅ ରାସ୍ତାରେ ଚାଲୁଥିବାରୁ ଯାତାୟାତ ଠପ୍ ଅଛି । ତେବେ ବନ୍ୟାର ଭୟଙ୍କର ରୂପ ଆସାମରୁ ଆସିଛି । ଯାହା ଆକାଶ ମାର୍ଗକୁ ନିଆଯାଇଥିବା ଚିତ୍ରରେ କଏଦ ହୋଇଛି । ଆସାମରେ ୨୨ ଜିଲ୍ଲାର ୧୨୫୪ଟି ଗାଁର ପ୍ରାୟ ସାଢ଼େ ୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ପାଣି ଘେରରେ । ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *