ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ଓଡ଼ିଶାର କେଉଁ ସବୁ ଜିଲ୍ଲାରେ ବନ୍ଦର ପଡିଛି ପ୍ରଭାବ?

ଓଡ଼ିଶାର କେଉଁ ସବୁ ଜିଲ୍ଲାରେ ବନ୍ଦର ପଡିଛି ପ୍ରଭାବ?

  • ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି।
  • ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି।
  • ଓଡିଶା ବନ୍ଦର ପ୍ରଭାବ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି | 

ଭୁବନେଶ୍ୱର ୨୮-୦୧-୨୦୨୬(ଏସ.ଏମ ) : (ବିଜୟ କୁମାର ପଣ୍ଡା)  ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ। ଓଡିଶା ବନ୍ଦର ପ୍ରଭାବ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି |

ଯାଜପୁର ଜିଲ୍ଲାରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ପଡ଼ିଛି। ଟ୍ରେନ, ବସ, ଟ୍ରକ ଚଳାଚଳକୁ ବାଦ ଦେଲେ ବାକି ସବୁ ସ୍ୱାଭାବିକ ରହିଛି। ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ଦୋକାନବଜାର ଖୋଲା ରହିଥିବା ବେଳେ ଦୁଇଚକିଆ, ଚାରିଚକିଆ ଓ ଅଟୋରିକ୍ସା ଚଳାଚଳ ଜାରି ରହିଛି। ସହରରେ କୌଣସି ସ୍ଥାନରେ ଆନ୍ଦୋଳନ କିମ୍ବା ପିକେଟିଂ ଚାଲିଥିବା ଦେଖିବାକୁ ମିଳିନାହିଁ। ସେହିପରି ଯାଜପୁର ଟାଉନରେ ମଧ୍ୟ ଦୋକାନବଜାର, ଯାନବାହନ ଚଳାଚଳ ଜାରି ରହିଛି। ଜିଲ୍ଲା ଅଦାଲତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଫାଟକ ଖୋଲା ରହିଥିବା ବେଳେ ଆନ୍ଦୋଳନକାରୀ ସେଠାରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜଗତସିଂହପୁର ଜିଲ୍ଲାରେ ସହର ସମେତ ବିଭିନ୍ନ ଅଞ୍ଚଳରେ ନବ ନର୍ମାଣ କୃଷକ ସଂଗଠନର ବନ୍ଦ ପାଳନ କରାଯାଇଛି | ଦୋକାନ ବଜାର ସମେତ ଘରୋଇ ପ୍ରତିଷ୍ଠାନ, ବ୍ଯାଙ୍କ, ପେଟ୍ରୋଲ ପମ୍ପ ବନ୍ଦ ରହିଛି। ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। କିନ୍ତୁ ପାରାଦୀପରେ ସେଭଳି ପ୍ରଭାବ ଦେଖିବାକୁ ମିଳି ନାହିଁ। ପୁଲିସ ପକ୍ଷରୁ ମଧ୍ଯ ବ୍ଯାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ଜିଲ୍ଲା ସଦର ମହକୁମା ତଥା ସହରଠାରୁ ନେଇ ବ୍ଲକଗୁଡିକରେ ବନ୍ଦର ବିଶେଷ ପ୍ରଭାବ ନାହିଁ। ଦୋକାନ ବଜାର, ପେଟ୍ରୋଲ ପମ୍ପ ଖୋଲା ଥିବାବେଳେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି |

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଠ ଘଣ୍ଟିଆ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ବନ୍ଦ ପାଳନ କରାଯାଇଛି। ବନ୍ଦ ଡାକରା ଯୋଗୁଁ ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇପଡ଼ିଛି। ଜାତୀୟ ରାଜପଥର ବୈପାରିଗୁଡାରୁ ସଂଯୋଗ କରୁଥିବା ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ତଥା ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ରହିଛି। ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଅନେକ ମାଲବାହୀ ଟ୍ରକ ଓ ବସ ବୈପାରିଗୁଡାରରେ ଅଟକି ରହିଥିବାର ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ବନ୍ଦ ପାଳନ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ବୈପାରିଗୁଡା ସଦର ମହକୁମାରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ଗଜପତି ଜିଲ୍ଲାରେ ପ୍ରଭାବ, ପାରଳାଖେମୁଣ୍ଡି ସହର ପ୍ରବେଶ ପଥ ଫରେଷ୍ଟ ଗେଟ୍ ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି , ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଶହ ଶହ ଚାଷୀ ଏକତ୍ରିତ ହୋଇ ରାସ୍ତା ଉପରେ ସରକାରି ବିରୋଧୀ ନାରାବାଜି କରୁଛନ୍ତି। ଭଦ୍ରକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ । ଭଦ୍ରକ ରେଳ ଷ୍ଟେସନ, ଭଦ୍ରକ ବସ ଷ୍ଟାଣ୍ଡ, ସରକାରୀ ଅଫିସ, ସ୍କୁଲ, କଲେଜ , ବ୍ୟବସାୟୀକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି।

ରାଉରକେଲା ସହରରେ ଓଡ଼ିଶା ବନ୍ଦ ପ୍ରଭାବଶୂନ୍ୟ ରହିଛି। ଟ୍ରେନ, ବସ, ଟ୍ରକ ଚଳାଚଳ ସ୍ୱାଭାବିକ ରହିଛି। ରାଉରକେଲା ସହରରେ ଦୋକାନବଜାର ଖୋଲା ରହିଥିବା ବେଳେ ଦୁଇଚକିଆ, ଚାରିଚକିଆ ଓ ଅଟୋରିକ୍ସା ଚଳାଚଳ ଜାରି ରହିଛି। ବିଶ୍ରା ଛକରେ କିଛି ଆନ୍ଦୋଳନକାରୀ ପିକେଟିଂ ଚାଲିଥିବା ଦେଖିବାକୁ ମିଳିଥିଲା। ସହର ରେ କିଛି ସ୍କୁଲ, କଲେଜ ବନ୍ଦ ରହିଛି l ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରାକୁ କଂଗ୍ରେସ ବିଜେଡି ଓ କିଛି ବାମ ପନ୍ଥୀ ସଂଗଠନ ସମର୍ଥନ ଦେଇଛନ୍ତି।

ଝାରସୁଗୁଡା ଜିଲ୍ଲାରେ ବନ୍ଦ ପାଳନ ପ୍ରଭାବ ଶୁନ୍ୟ ରହିଛି। ସକାଳୁ ରେଳ ଷ୍ଟେସନ ଓ ପୁରୁଣା ବସ ଷ୍ଟାଣ୍ଡ ନିକଟରେ କିଛି ସମୟ ପାଇଁ ପିକେଟିଂ କରାଯାଇଥିବା ବେଳେ ସକାଳ ୯ଟା ପରଠାରୁ ଦୋକାନ ବଜାର ଖୋଲା ରହିଛି, ଗାଡ଼ି ମଟର ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି। ବନ୍ଦ ଡାକରା ଯୋଗୁ କିଛି ଘରୋଇ ବସ ଚଳାଚଳ ବନ୍ଦ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70