ରାଜ୍ୟ

କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0’ ଶୁଭାରମ୍ଭ

କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0’ ଶୁଭାରମ୍ଭ

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ‘କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0’ ଶୁଭାରମ୍ଭ ହୋଇଛି।

ଭୁବନେଶ୍ୱର ୨୮-୦୧-୨୦୨୬(ଏସ.ଏମ ) : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ‘କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0’ ଶୁଭାରମ୍ଭ ହୋଇଛି। ଏହି CDMS ପରିଚାଳନା ନିମନ୍ତେ ପୂର୍ତ୍ତ ବିଭାଗ ହେଉଛି ନୋଡାଲ ବିଭାଗ ଯେଉଁଥ‌ିରେ କି ନିର୍ମାଣ ବିଭାଗ ବ୍ୟତୀତ ଅନ୍ୟ ୪ ଗୋଟି ବିଭାଗ ଯଥା- ଜଳସମ୍ପଦ,ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ୟ ନୂତନ ବ୍ୟବସ୍ଥାର ସଦୁପଯୋଗ କରିପାରିବେ।

ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଓ.ଏସ.ଡି-ତଥା-ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓଟ୍ଟା, ସର୍ବୋଚ୍ଚ ଯନ୍ତ୍ରୀ -ତଥା- ସ୍ୱତନ୍ତ୍ର ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ , ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍-ତଥା-ରାସ୍ତା) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସୁନିଲ୍ କୁମାର, ଓ.ବି.ସି.ସିର ମୁଖ୍ୟ ମହାପ୍ରବନ୍ଧକ-II ଇଂ. ଶ୍ରୀଧର ରାଉତ, ମୁଖ୍ୟଯନ୍ତ୍ରୀ(ଜାତୀୟ ରାଜପଥ-୧) ଇଂ. ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ-୨) ଇଂ. ଦୀପକ କୁମାର ପାଣିଗ୍ରାହୀ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି-୧) ଇଂ. ପ୍ରିୟବ୍ରତ ସାମନ୍ତରାୟ ମୁଖ୍ୟ ଯନ୍ତ୍ରୀ (ରାସ୍ତା – ୨) ଇଂ. ଶିବବ୍ରତ ତାରିଆ, ମୁଖ୍ୟଯନ୍ତ୍ରୀ (ସେତୁ) ଇଂ. ଅରବିନ୍ଦ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70