କୁମ୍ଭମେଳାରେ ମନମୋହୁଛି ଖାରବେଳ ମହୋତ୍ସବ: ଭିନ୍ନକ୍ଷମ ବ୍ୟବସାୟୀଙ୍କୁ ମିଳିଛି ସୁବିଧା
କୁମ୍ଭମେଳାରେ ମନମୋହୁଛି ଖାରବେଳ ମହୋତ୍ସବ: ଭିନ୍ନକ୍ଷମ ବ୍ୟବସାୟୀଙ୍କୁ ମିଳିଛି ସୁବିଧା
ରାକେଶ ପାତ୍ର। ଘର ଭଦ୍ରକ ଜିଲ୍ଲା ଧୁଷୁରୀ। କାନକୁ ଶୁଭା ଯାଏନି, କି କଥା କହି ପାରନ୍ତିନି। ପେଟ ପୋଷିବାକୁ ବୁଲି ବୁଲି ପିତ୍ତଳର ପୂଜା ସାମଗ୍ରୀ, ଇମିଟେସନ୍ ଗହଣା ବିକ୍ରି କରନ୍ତି। ସେହିଭଳି ୫୦ ବର୍ଷର ବିସରତ ରେଡ୍ଡୀୀ। ଗୋଟିଏ ହାତ ଚାଲୁନି।
ଭୁବନେଶ୍ୱର ୩୧-୦୧-୨୦୨୬(ଏସ ,ଏମ ) : ରାକେଶ ପାତ୍ର। ଘର ଭଦ୍ରକଜିଲ୍ଲା ଧୁଷୁରୀ। କାନକୁ ଶୁଭା ଯାଏନି, କି କଥା କହି ପାରନ୍ତିନି। ପେଟ ପୋଷିବାକୁ ବୁଲି ବୁଲି ପିତ୍ତଳର ପୂଜା ସାମଗ୍ରୀ, ଇମିଟେସନ୍ ଗହଣା ବିକ୍ରି କରନ୍ତି। ସେହିଭଳି ୫୦ ବର୍ଷର ବିସରତ ରେଡ୍ଡୀୀ। ଗୋଟିଏ ହାତ ଚାଲୁନି। ପୁରୀରୁ ନଡ଼ିଆ କତାରେ ତିଆରି ସାମଗ୍ରୀ ପ୍ରସ୍ତୁତ କରି ନିଜ ଭିନ୍ନକ୍ଷମ ଗାଡ଼ିରେ ବିକ୍ରି କରନ୍ତି। ଖଣ୍ଡଗିରି ମେଳାରେ ଭଲ ବେପାର ହେଉଥିବାରୁ ପ୍ରତି ବର୍ଷ ମେଳାକୁ ଆସନ୍ତି। ହେଲେ ସ୍ଥାନ ମିଳୁ ନଥିବାରୁ ହତାଶ ହୋଇଫେରନ୍ତି। ତେବେ ଚଳିତ ବର୍ଷ ଏଭଳି ୧୩ଜଣ ଭିନ୍ନକ୍ଷମଙ୍କୁ ଖଣ୍ଡଗିରି ମେଳାରେ ବିଏମ୍ସି ପକ୍ଷରୁ ମାଗଣାରେ ଦୋକାନ ପାଇଁ ପିଣ୍ଡି ଯୋଗାଇ ଦିଆଯାଇଛି। ରାକେଶ ନିଜ ପତ୍ନୀଙ୍କ ସହିତ ବେପାର କରୁଛନ୍ତି। ବିସରତ ନଡ଼ିଆକତାରେ ତିଆରି ହାତି, ଘୋଡ଼ା, ମାଛ, କଇଁଛକୁ ଦରିରେ ବିଛେଇ ବେପାର କରୁଛନ୍ତି। ଭଲ ବେପାର ହେଉଛି ବୋଲି ଉଭୟ କହିଛନ୍ତି।
ରୋମାଞ୍ଚ ଭରିଲା ‘ଛୋଟ ମୋର ଗାଁଟି’
ଖଣ୍ଡଗିରି: ଐର ଖାରବେଳ ମହୋତ୍ସବ କମିଟି ଓ ଅନୁଚିନ୍ତନମ୍ର ମିଳିତ ଆନୁକୁଲ୍ୟରେ ଖଣ୍ଡଗିରି ପାନ୍ଥିକାଠାରେ ଚାଲିଥିବା ଐର ଖାରବେଳ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଆଜି ବେଶ୍ ମନଛୁଆଁ ହୋଇଥିଲା। କବି ସଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ ନୃତ୍ୟ ଲୋକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ନୂପର ଡ୍ୟାନ୍ସ ଏକାଡେମୀର ଦେଶାତ୍ମକବୋଧକ ନୃତ୍ୟ, ଆରାଧନା ଡ୍ୟାନ୍ସ ଏକାଡେମୀର ଗୋଟିପୁଅ ନୃତ୍ୟ, ମୋଇନୁଲ୍ ହାକକ୍ୱେର ମିନି ଆଟ୍ ଗୋୱାଟି, ମୟୂରଭଞ୍ଜର ଲୋକନୃତ୍ୟ, ପଲ୍ଲୀନୃତ୍ୟ ଆଦି ମଞ୍ଚ ଦୁଲୁକାଇଥିଲା। ଅନୁଚିନ୍ତନମ୍ର ପ୍ରତିଷ୍ଠାତା ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବ କମିଟି ଅଧ୍ୟକ୍ଷ ଏକାମ୍ର ବିଧାୟକ ବାବୁ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାନସଭା ମୁଖ୍ୟ ସଚେତକ ସରୋଜ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଜେପି ନେତା ଗୋଲକ ମହାପାତ୍ର, ରାମଚନ୍ଦ୍ର ରଣସିଂ, ଅପର୍ତି ସୁନ୍ଦରାୟ, ଜିତୁ ପଟ୍ଟନାୟକ, ସୁରେନ୍ ଛୁଆଳସିଂ, ସୁମିତ୍ରା ଆଚାର୍ଯ୍ୟ, କେଦାର ରଣସିଂ, ଭଗବାନ ସାହୁ, ମନୋଜ ପାତ୍ର, ଅମ୍ବିକା ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
