ଚୀନ ପରେ ତୁର୍କୀ ଉପରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍
ଚୀନ ପରେ ତୁର୍କୀ ଉପରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍
ଭାରତର ‘ଅପରେସନ୍ ସିନ୍ଦୂର’କୁ ଭୁଲ୍ ଭାବେ ଚିତ୍ରଣ କରୁଥିବା ଚୀନର ଗଣମାଧ୍ୟମ ସଂସ୍ଥା ‘ଗ୍ଲୋବାଲ୍ ଟାଇମ୍ସ’ର ଏକ୍ସ ଆଉଉଣ୍ଟ୍କୁ ଭାରତରେ ବନ୍ଦ୍ କରିବା ପରେ ଏବେ ତୁର୍କୀର ପାଳି ପଡ଼ିଛି
ନୂଆଦିଲ୍ଲୀ/ଭୁବନେଶ୍ୱର୧୪.୦୫.୨୦୨୫ (ଏସ .ଏମ ) : ଚୀନ ପରେ ଏବେ ତୁର୍କୀ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତର ‘ଅପରେସନ୍ ସିନ୍ଦୂର’କୁ ଭୁଲ୍ ଭାବେ ଚିତ୍ରଣ କରୁଥିବା ଚୀନର ଗଣମାଧ୍ୟମ ସଂସ୍ଥା ‘ଗ୍ଲୋବାଲ୍ ଟାଇମ୍ସ’ର ଏକ୍ସ ଆଉଉଣ୍ଟ୍କୁ ଭାରତରେ ବନ୍ଦ୍ କରିବା ପରେ ଏବେ ତୁର୍କୀର ପାଳି ପଡ଼ିଛି।ତୁର୍କୀର ସରକାରୀ ଚ୍ୟାନେଲ୍ ଟିଆରଟି ୱାର୍ଲ୍ଡର ଆକାଉଣ୍ଟଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସମ୍ପ୍ରତି ଭାରତ ସରକାର ଅନେକ ପୁରୁଣା ପାକିସ୍ତାନୀ ହ୍ୟାଣ୍ଡେଲ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିବା ପରେ ଭିନ୍ନ ଦେଣଗୁଡ଼ିକ ବି ସେଥିରୁ ବାଦ୍ ପଡ଼ିନାହାନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ତୁର୍କୀ ଏବଂ ଚୀନ ଏହାର ସମର୍ଥନରେ ଠିଆ ହୋଇଥିଲେ ଏବଂ ଏହି ସମସ୍ତ ମଞ୍ଚ ମାଧ୍ୟମରେ ଭାରତ ବିରୋଧରେ ପାକିସ୍ତାନର ପ୍ରଚାରକୁ ପ୍ରୋତ୍ସାହିତ କରୁଥିଲେ।କେବଳ ଡିଜିଟାଲ୍ ସ୍ତରରେ ନୁହେଁ; ତୁର୍କୀ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ବି ପାକିସ୍ତାନକୁ ସାହାଯ୍ୟ କରିଛି ବୋଲି ସେନା ପକ୍ଷରୁ ଖବର ମିଳିଛି। ପାକିସ୍ତାନ ତୁର୍କୀର ଡ୍ରୋନ ସାହାର୍ଯ୍ୟ ଭାରତ ଉପରେ ଆକ୍ରମଣ କରଥିବା ପ୍ରମାଣ ଦେଇଛି ସେନା । ଏହା ପରେ କାଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତିଳେ ହେଲେ ବିଳମ୍ବ କରିନି ଭାରତ ।