ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଡାକ୍ତରଖାନାରେ ଭର୍ତ୍ତି ନାବାଳିକାକୁ ଦୁଷ୍କର୍ମ

ଡାକ୍ତରଖାନାରେ ଭର୍ତ୍ତି ନାବାଳିକାକୁ ଦୁଷ୍କର୍ମ

ଉତ୍ତରପ୍ରଦେଶର ମିରଟ‌ରେ ଏକ ମେଡିକାଲ କଲେଜରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକା ଜଣଙ୍କ ତାଙ୍କ ଗୋଡ଼‌ରେ ଏକ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ଲକ୍ଷ୍ନୌ/ଭୁବନେଶ୍ୱର ୨୪-୦୬- ୨୦୨୫(ଏସ .ଏମ ) : ତ୍ତରପ୍ରଦେଶର ମିରଟ‌ରେ ଏକ ମେଡିକାଲ କଲେଜରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକା ଜଣଙ୍କ ତାଙ୍କ ଗୋଡ଼‌ରେ ଏକ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ୍‌ ଶୌଚାଳୟରେ ଦୁଷ୍କର୍ମ କରିଥିଲେ। ଜୁନ୍‌ ୨୦ ତାରିଖରେ ଏହି ଘଟଣା ଘଟିଛି। ଏସ୍‌ପି ବିପିନ ତାଡ଼ା କହିଛନ୍ତି, ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ମେଡିକାଲ ଥାନା ଏକ ଏତଲା ରୁଜୁ କରିଛି ଏବଂ ଅଭିଯୁକ୍ତ ଗିରଫ ହୋଇଛି। ସୋମବାର ଦିନ ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଲିସ ଅନୁଯାୟୀ ନାବାଳିକା ଜଣଙ୍କ ଜୁନ୍‌ ୨୦ ତାରିଖରେ ତାଙ୍କ ଗୋଡ଼ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଉତ୍ତରାଖଣ୍ଡର ମୋହିତ ନାମକ ଜଣେ ବ୍ୟକ୍ତି ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ତାଙ୍କ ଭାଇ ରୋହିତ ଥିଲେ। ରାତିରେ ନାବାଳିକା ଜଣଙ୍କ ଶୌଚାଳୟ ଯିବା ସମୟରେ ରୋହିତ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି କଥା କାହା ଆଗରେ ଜଣାଇଲେ ରୋହିତ ତାଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା। ତେଣୁ ନାବାଳିକା ଜଣଙ୍କ ୨ ଦିନ ପର୍ଯ୍ୟନ୍ତ ଭୟରେ କାହାକୁ କିଛି କହିନଥିଲେ। ତେବେ ରବିବାର ସନ୍ଧ୍ୟାରେ ନାବାଳିକା ତାଙ୍କ ମା’ଙ୍କୁ ଉକ୍ତ ଘଟଣା ସଂକ୍ରାନ୍ତରେ ଜଣାଇବାପ‌ରେ ତାଙ୍କ ମା’ ଅଭିଯୋଗ କରିଥିଲେ। ଏସ୍‌ଏଚ୍‌ଓ ଶିଳେଶ କୁମାର ଯାଦବ କହିଛନ୍ତି, ଅଭିଯୁକ୍ତ ରୋହିତ ଗିରଫ ହୋଇଛି। ଅତିରିକ୍ତ ଏସ୍‌ପି ଆୟୁଷ ବିକ୍ରମ କହିଛନ୍ତି, ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଦାୟିତ୍ବର ତଦନ୍ତ କରାଯିବ। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70