ଘଟଣା ଦୁର୍ଘଟଣାଦେଶ- ବିଦେଶ

ତେଲେଙ୍ଗାନା ଫାର୍ମା କାରଖାନା ବିସ୍ଫୋରଣ

ତେଲେଙ୍ଗାନା ଫାର୍ମା କାରଖାନା ବିସ୍ଫୋରଣ

ତେଲେଙ୍ଗାନାର ପାଶାମିଲାରାମସ୍ଥିତ ସିଗାଚି ଇଣ୍ଡଷ୍ଟ୍ରିଜ୍‌ର ଫାର୍ମା କାରଖାନାରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି

ହାଇଦ୍ରାବାଦ/୦୨-୦୭-୨୦୨୫( ଏସ .ଏମ ) : ତେଲେଙ୍ଗାନାର ପାଶାମିଲାରାମସ୍ଥିତ ସିଗାଚି ଇଣ୍ଡଷ୍ଟ୍ରିଜ୍‌ର ଫାର୍ମା କାରଖାନାରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳେ ଅନେକ ମୃତଦେହ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ଭିତରୁ ୩୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରିତୋଷ ପଙ୍କଜ ମଙ୍ଗଳବାର ସୂଚନା ଦେଇଛନ୍ତି। ଏବେ ବି ନିଖୋଜ ଥିବା ୧୭ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟର ଚୂଡ଼ାନ୍ତ ପର୍ଯ୍ୟାୟ ଚାଲିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ତାଙ୍କ କ୍ୟାବିନେଟର କିଛି ସହଯୋଗୀଙ୍କ ସହ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ରାଜସ୍ୱ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା କେବଳ ୯ଟି ମୃତଦେହର ପରିଚୟ ମିଳିପାରିଥିବା ବେଳେ ବାକି ମୃତଦେହକୁ ଡିଏନ୍ଏ ପ୍ରୋଫାଇଲିଂ କରିବାକୁ ପଡ଼ିବ। ମୃତକଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବୋଲି ଜଣାପଡ଼ିଛି। ସୋମବାର ଘଟିଥିବା ଏହି ମାରାତ୍ମକ ବିସ୍ଫୋରଣ ରାସାୟନିକ ପ୍ରତିକ୍ରିୟାରୁ ହୋଇଥିବା ସନ୍ଦେହ କରାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70