ଦେଶ- ବିଦେଶରାଜନୀତି

ଥରୁରଙ୍କ ପ୍ରତିବାଦ ପରେ କଲମ୍ବିଆର ୟୁ-ଟର୍ଣ୍ଣ

ଥରୁରଙ୍କ ପ୍ରତିବାଦ ପରେ କଲମ୍ବିଆର ୟୁ-ଟର୍ଣ୍ଣ

ଅପରେସନ ସିନ୍ଦୂର ପରେ ପାକ୍ ମୃତାହତଙ୍କ ପ୍ରତି ସମବେଦନା ଜଣାଇଥିଲା କଲମ୍ବିଆ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୦୬-୨୦୨୫(ଏସ .ଏମ ) : ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନରେ ହୋଇଥିବା ମୃତ୍ୟୁକୁ ନେଇ କଲମ୍ବିଆ ଶୋକ ପ୍ରକାଶ କରିଥିଲା। ଶଶୀ ଥରୁରଙ୍କ ତୀବ୍ର ସମାଲୋଚନା ପରେ ଏହା ନିଜର ବୟାନକୁ ଆଜି ପ୍ରତ୍ୟାହାର କରିଛି। ୫ଟି ଦେଶକୁ ଏକ ବହୁଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଥରୁର ଶୁକ୍ରବାର କହିଥିଲେ ଯେ ଆତଙ୍କବାଦୀ ଓ ନିଜ ଦେଶକୁ ରକ୍ଷା କରୁଥିବା ଲୋକଙ୍କ ମଧ୍ୟରେ କୌଣସି ସମାନତା ନାହିଁ।କଲମ୍ବିଆର ଉପବୈଦେଶିକ ମନ୍ତ୍ରୀ ରୋଜା ୟୋଲାଣ୍ଡା ଭିଲାଭିସେନସିଓଙ୍କ ସହ ଆଲୋଚନା ପରେ ଥରୁର ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଯେଉଁ ବୟାନକୁ ନେଇ ଚିନ୍ତା ପ୍ରକଟ କରିଥିଲୁ ତାହାକୁ ସେମାନେ ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିଛନ୍ତି। ଶଶି ଥରୁରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳରେ ସାମିଲ ଥିବା ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟ ମଧ୍ୟ କଲମ୍ବିଆ ପୂର୍ବ ବୟାନ ପ୍ରତ୍ୟାହାର କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପର୍ଯ୍ୟଟକଙ୍କୁ ହତ୍ୟା କରିବା ଓ ଆତଙ୍କବାଦୀଙ୍କୁ ନିପାତ କରିବା ମଧ୍ୟରେ ପାର୍ଥକ୍ୟ ରହିଛି। ଆପଣ ଉଭୟ ମଧ୍ୟରେ ସମାନତା ସୃଷ୍ଟି କରିପାରିବେ ନାହିଁ ବୋଲି ଥରୁର କହିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70