ଘଟଣା ଦୁର୍ଘଟଣାରାଜ୍ୟ

ଦୁଇଭାଗ ହୋଇଗଲା ହୀରାଖଣ୍ଡ, ଆମଗୁରାରେ ଅଟକିଲା ୩ ଘଣ୍ଟା

ଦୁଇଭାଗ ହୋଇଗଲା ହୀରାଖଣ୍ଡ, ଆମଗୁରାରେ ଅଟକିଲା ୩ ଘଣ୍ଟା

ଛତିଶଗଡ଼ର ଜଗଦଲପୁର ଷ୍ଟେସନ୍‌ ଛାଡ଼ିବାର କିଛି ମିନିଟ୍‌ ପରେ ଦୁଇ ଭାଗ ହେଇଯାଇଛି ଦକ୍ଷିଣ ଓଡ଼ିଶାର ଲାଇଫ୍‌ ଲାଇନ୍‌ ହୀରାଖଣ୍ଡ ଏକ୍ସପ୍ରେସ୍‌। ଦୁଇଟି ବଗି ମଧ୍ୟରେ ସିଭିସି କପଲର୍‌ ଜଏଣ୍ଟ୍‌ ଛିଣ୍ଡି ଯିବାରୁ ଇଞ୍ଜିନ୍‌ ଆଗକୁ..

କୋରାପୁଟ/ଜୟପୁର/ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) :  ତିଶଗଡ଼ର ଜଗଦଲପୁର ଷ୍ଟେସନ୍‌ ଛାଡ଼ିବାର କିଛି ମିନିଟ୍‌ ପରେ ଦୁଇ ଭାଗ ହେଇଯାଇଛି ଦକ୍ଷିଣ ଓଡ଼ିଶାର ଲାଇଫ୍‌ ଲାଇନ୍‌ ହୀରାଖଣ୍ଡ ଏକ୍ସପ୍ରେସ୍‌। ଦୁଇଟି ବଗି ମଧ୍ୟରେ ସିଭିସି କପଲର୍‌ ଜଏଣ୍ଟ୍‌ ଛିଣ୍ଡି ଯିବାରୁ ଇଞ୍ଜିନ୍‌ ଆଗକୁ ଚାଲିଯାଇଥିଲା ବେଳେ ବଗିଗୁଡ଼ିକ ଅଟକି ରହିଥିଲା। ସୌଭାଗ୍ୟରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଟ୍ରେନ୍‌ ଚଳାଚଳ ପ୍ରାୟ ୩ଘଣ୍ଟା ବିଳମ୍ବ ହୋଇଛି। ମରାମତି ପରେ ଟ୍ରେନ୍‌ ଭୁବନେଶ୍ବର ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଛି। ହୀରାଖଣ୍ଡ ଏକ୍ସପ୍ରେସ୍‌ ଆଜି ନିର୍ଦ୍ଧାରିତ ସମୟ ଅପରାହ୍‌ଣ ସାଢ଼େ ୪ଟାରେ ଜଗଦଲପୁର ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିଥିଲା। ଆସନ୍ତାକାଲି (ସୋମବାର) ସକାଳ ୮ଟା ୨୦ ମିନିଟ୍‌ରେ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଥାନ୍ତା। ତେବେ ଜଗଦଲପୁର ଠାରୁ ମାତ୍ର ୧୦କିମି ଦୂର ଆମଗୁରା ଏବଂ ନାକଟି ସେମ୍ରା ମଝିରେ ଇଞ୍ଜିନ୍‌ରୁ ଲିଙ୍କ୍‌ ଛିଣ୍ଡିଯିବାରୁ କିଛି ବଗି ଅଲଗା ହୋଇ ରହିଯାଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ହଠାତ୍‌ ଟ୍ରେନ୍‌ ଅଟକି ଯିବାରୁ ଯାତ୍ରୀ ବାହାରକୁ ଚାହିଁଲା ବେଳକୁ ସିଭିସି କପଲର୍‌ ଜଏଣ୍ଟ୍‌ ଛିଣ୍ଡି ଯାଇଥିବା ଦେଖିଥିଲେ। ଏଥିପାଇଁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ରେଳ ବିଭାଗ ସୂଚନା ପାଇଯିବାରୁ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଥିଲା। ଯାହାଫଳରେ ବଡ଼ ଅଘଟଣକୁ ଟାଳି ଦିଆଯାଇଛି। ସେହିପରି ବିଭାଗୀୟ କର୍ମଚାରୀ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ୩ଘଣ୍ଟା ଲାଗିଥିବା ଜଣାପଡ଼ିଛି। ମରାମତି ପରେ ରାତି ପ୍ରାୟ ୮ଟା ୪୦ମିନିଟ୍‌ରେ ଟ୍ରେନ୍‌ ଜୟପୁର ଷ୍ଟେସନରେ ପହଞ୍ଚିଥିଲା। କୋରାପୁଟରେ ପହଞ୍ଚିବା ପରେ ବଗିକୁ ପୁଣି ନିର୍ଦ୍ଧାରିତ ସ୍ଥାନରେ ସଂଯୋଗ କରିବା ପରେ ଟ୍ରେନ୍‌ ଭୁବନେଶ୍ବର ଅଭିମୁଖେ ବାହାରିବ ବୋଲି ରେଲୱେ ଲୋକସଂପର୍କ ଅଧିକାରୀ ଜୟରାମ ବିଇରାଗୀ ସୂଚନା ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *