TOP STORIESଖେଳଦେଶ- ବିଦେଶ

ଧୋନିଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ

ଧୋନିଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ /ଭୁବନେଶ୍ୱର୨୨-୦୫-୨୦୨୫(ଏସ .ଏମ ) : ଳିତ ଆଇପିଏଲ୍‌ରେ ଯେଉଁ କିଛି ନବାଗତ ତାରକା ଚହଳ ସୃଷ୍ଟି କରିଛନ୍ତି ସେଥିମଧ୍ୟରେ ରାଜସ୍ଥାନ ରୟାଲ୍‌ସର ୧୪ବର୍ଷୀୟ କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ସର୍ବାଗ୍ରେ ରହିଛନ୍ତି। ପଦାର୍ପଣ ଋତୁରେ ଚିତ୍ତାକର୍ଷକ ଶତକ ଏବଂ ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ବିଜୟରେ ୫୭ ରନ୍‌ର ବିସ୍ଫୋରକ ପାଳି ଖେଳି ସମସ୍ତଙ୍କ ମନ ଜିତି ନେଇଛନ୍ତି ସେ। ବୈଭବ କେବଳ କ୍ରିକେଟ୍ ପିଚ୍‌ରେ ନିଜ ପରାକ୍ରମ ଦେଖାଇ ନାହାନ୍ତି ବରଂ ନିଜ ନମ୍ରତା, ଉତ୍ତମ ବ୍ୟବହାର ତଥା ଗୁରୁଜନଙ୍କୁ ଅପୂର୍ବ ସମ୍ମାନ ଦେଖାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମଙ୍ଗଳବାର ରାଜସ୍ଥାନକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ବୈଭବ ମ୍ୟାଚ୍‌ ପରେ ଚେନ୍ନାଇ ଅଧିନାୟକ ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଦ ଛୁଇଁବାର ଦୃଶ୍ୟ ସେ ପାଇଥିବା ଅନନ୍ୟ ଭାରତୀୟ ସଂସ୍କାରର ବଳିଷ୍ଠ ପ୍ରମାଣକୁ ଦର୍ଶାଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ୍‌ରେ ବୈଭବ ୭ ମ୍ୟାଚ୍ ଖେଳି ୨୦୬ ଷ୍ଟ୍ରାଇକ୍‌ ରେଟ୍‌ରେ ୨୫୨ ରନ୍ କରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଛନ୍ତି। ତାଙ୍କ ନିର୍ଭୀକ କ୍ରିକେଟ୍ ବହୁ କିବଂଦନ୍ତି କ୍ରିକେଟର୍‌ଙ୍କୁ ପ୍ରଭାବିତ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *