ପୁଣି ରାଜନୀତିରେ ବ୍ୟାଗକୁ ନେଇ ଉଠିଲା ଝଡ଼
ପୁଣି ରାଜନୀତିରେ ବ୍ୟାଗକୁ ନେଇ ଉଠିଲା ଝଡ଼
କାନ୍ଧରେ ବ୍ୟାଗ୍ ପକାଇ କଂଗ୍ରେସକୁ ସମାଲୋଚନା କଲେ ବାଂଶୁରୀ ସ୍ବରାଜ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ) : ପୁଣି ରାଜନୀତିରେ ବ୍ୟାଗକୁ ନେଇ ଉଠିଲା ଝଡ଼ । ଯେତେବେଳେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ ଏକ ବ୍ୟାଗ୍ ନେଇ ସଂସଦ ଭବନରେ ପହଞ୍ଚିଥିଲେ ଠିକ୍ ସେତେବେଳୁ ହିଁ ରାଜନୀତିରେ ବ୍ୟାଗ ବିବାଦ ଦେଖିବାକୁ ମିଳିଲାଣି । କାରଣ ବାଂଶୁରୀ ଏମିତି ସେମିତି ବ୍ୟାଗ୍ ନେଇ ସଂସଦ ଭବନ ଆସିନଥିରେ ବ୍ୟାଗରେ ଯାହା ଲେଖାଥିଲା ତାହା କଂଗ୍ରେସକୁ ସିଧାସିଧା ନିଶାନା କରୁଥିଲା ।ଏକ ଦେଶ, ଏକ ନିର୍ବାଚନ ନେଇ ଆଜି ସଂସଦ ଭବନରେ ଜେପିସି ବୈଠକ ଥିବା ବେଳେ ବୈଠକରେ ଯୋଗଦେବାକୁ ପହଞ୍ଚିଥିଲେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ । ଆଉ ତାଙ୍କ କାନ୍ଧରେ ପଡିଥିଲା ଏମିତି ଏକ ବ୍ୟାଗ୍ ଯାହା ଉପରେ ଥିଲା ପୂରା ମିଡିଆର ନଜର । ଯାହା ପରେ ତାଙ୍କ ବ୍ୟାଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଏବଂ ରାଜନୀତିର ଏହା ହଟ୍ ଟପିକ୍ ।ତେବେ ବାଂଶୁରୀ ‘ନ୍ୟାସନାଲ୍ ହେରଲ୍ଡ କି ଲୁଟ୍’ ଲେଖାଥିବା ଏକ ବ୍ୟାଗ୍ କାନ୍ଧରେ ପକାଇଥିଲେ ଯାହା ସିଧାସିଧା କଂଗ୍ରେସର କଳା କାରନାମାକୁ ଇଙ୍ଗିତ କରୁଥିଲା । ନିକଟରେ ଇଡି ନ୍ୟାସନାଲ୍ ହେରଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ରାଓଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଆଉ ଏହି ଘଟଣାରେ କଂଗ୍ରେସକୁ ଟାର୍ଗେଟ୍ କରି ବାଂଶୁରୀ ଏମିତି ବ୍ୟାଗ୍ ପକାଇଛନ୍ତି ।ପୂର୍ବରୁ ପାଲେଷ୍ଟାଇନ ପ୍ରସଙ୍ଗରେ ପ୍ରିୟଙ୍କା ଗାନ୍ଧୀ ଭିନ୍ନ ଧରଣର ବ୍ୟାଗ୍ ପକାଇ ସଂସଦ ଆସିଥିବା ବେଳେ ଏବଂ ନ୍ୟାସନାଲ୍ ହେରଲ୍ଡ ପ୍ରସଙ୍ଗରେ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ପୁଣି ରାଜନୀତିରେ ନୂଆ ବିବାଦ ଛିଡା କରିଛି ।