ଖେଳଦେଶ- ବିଦେଶ

ବାସନ୍ଦ ହେଲେ ଏସ୍ ଶ୍ରୀସନ୍ଥ

ବାସନ୍ଦ ହେଲେ ଏସ୍ ଶ୍ରୀସନ୍ଥ

ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୫-୨୦୨୫(ଏସ,ଏମ ) : ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯିବା ସହିତ ଜଡିତ ରହିଛି। କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରକାଶ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ ଟିମରେ ତାଙ୍କୁ ସାମିଲ କରାଯାଇ ନଥିଲା । ଯେଉଁ କାରଣରୁ ତାଙ୍କର ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେବାର ସମ୍ଭାବନା କମିଯାଇଥିଲା ।୨୦୨୫ ଚାମ୍ପିୟନ୍ସ ଟ୍ରଫି ଟିମରେ ସଞ୍ଜୁ ସାମସନ୍ ଭାରତୀୟ ଦଳରୁ ବାହାରେ ରହିବା ନେଇ ଏସ୍ ଶ୍ରୀସନ୍ଥ କେସିଏକୁ (କେରଳ କ୍ରିକେଟ୍ ଆସୋସିଏସନ୍) ଦାୟୀ କରିଥିଲେ । ଏହାପରେ କେସିଏ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।ଏହାସହ କାହିଁକି ଏସ୍ ଶ୍ରୀସନ୍ଥ ଏଭଳି ଅପମାନଜନକ ମନ୍ତବ୍ୟ ଦେଲେ ତାର ଉତ୍ତର ଦାବି କରିଥିଲା କେସିଏ। ହେଲେ କାରଣ ଦର୍ଶାଅ ନୋଟିସ୍ ପରେ ମଧ୍ୟ ଶ୍ରୀସନ୍ଥ ପଛକୁ ହଟି ନଥିଲେ ।

ଶ୍ରୀସନ୍ଥଙ୍କ କହିବାନୁସାରେ, ‘କେସିଏ ଅଲଗା ରାଜ୍ୟରୁ ଖେଳାଳି ଆଣି ଖେଳାଉଛନ୍ତି । ଯାହାକି ମାଲାୟାଲୀ କ୍ରିକେଟରଙ୍କ ପାଇଁ ଅପମାନର କଥା ।’

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70