NewsTOP STORIESଘଟଣା ଦୁର୍ଘଟଣାରାଜ୍ୟ

ବିଷକ୍ରିୟାରେ ନିଶ୍ଚିହ୍ନ ପରିବାର

ବିଷକ୍ରିୟାରେ ନିଶ୍ଚିହ୍ନ ପରିବାର

ମାନସିକ ଚାପରେ ରହୁଥିଲେ ଶୁଭାଶିଷ

ପାରଳାଖେମୁଣ୍ଡି ଓଡ଼ିଆ ପାରଳାସାହିରେ ବାପା ମୃଦୁ ପାନୀୟରେ ବିଷ ମିଶାଇ ପୁଅ ଓ ଝିଅଙ୍କୁ ଦେବା ସହ ନିଜେ ପିଇ ଦେଇଥିଲେ। ଗତକାଲି ସକାଳେ ପୁଅ ବିଜୟାନନ୍ଦ, ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଝିଅ ପ୍ରିୟଦର୍ଶିନୀ ପ୍ରାଣ ହରାଇଥିଲେ।

ପାରଳାଖେମୁଣ୍ଡି/ଭୁବନେଶ୍ୱର୧୬-୦୫-୨୦୨୫ (ଏସ.ଏମ ) :  ପାରଳାଖେମୁଣ୍ଡି ଓଡ଼ିଆ ପାରଳାସାହିରେ ବାପା ମୃଦୁ ପାନୀୟରେ ବିଷ ମିଶାଇ ପୁଅ ଓ ଝିଅଙ୍କୁ ଦେବା ସହ ନିଜେ ପିଇ ଦେଇଥିଲେ। ଗତକାଲି ସକାଳେ ପୁଅ ବିଜୟାନନ୍ଦ, ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଝିଅ ପ୍ରିୟଦର୍ଶିନୀ ପ୍ରାଣ ହରାଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବାପା ଶୁଭାଶିଷ ପାଣିଗ୍ରାହୀ। ଗୋଟିଏ ପରିବାର ପୂରା ନିଶ୍ଚିହ୍ନ ହୋଇଯାଇଛି। ଏହି ଘଟଣାରେ ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚ୍ୟଲ୍ୟ ଖେଳିଯାଇଛି। ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲେ ବି କୌଣସି ଆତ୍ମୀୟଙ୍କୁ ଦେଖିବାକୁ ମିଳିନାହିଁ। ମୃତ ଶୁଭାଶିଷଙ୍କ ପିତା ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ମୃତକଙ୍କ ସହ ଥିବା ବେଳେ ପୁଲିସ ତଦନ୍ତରେ ଆତ୍ମୀୟ କିମ୍ବା ସାହିପଡ଼ିଶା ସହଯୋଗ କରୁନାହାନ୍ତି। ପୁଲିସ ଘରେ ଥିବା କିଛି ବାସିଖାଦ୍ୟ, ତରଳ ପଦାର୍ଥ, ବଳକା ବିରିୟାନି ଓ କିଛି କୀଟନାଶକ ଜବତ କରିଛି। ଏସବୁର ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି।

ଗତ ମାର୍ଚ୍ଚ ୨୧ରେ ଶୁଭାଶିଷଙ୍କ ପତ୍ନୀ ‌‌ଶ୍ବେତାମଞ୍ଜରୀଙ୍କ ମଧ୍ୟ ବିଷକ୍ରିୟାରେ ମୃତ୍ୟୁ ହୋଇଥିଲା। ଦୁଇମାସ ପରେ ବିଷକ୍ରିୟାରେ ପୁଣି ପରିବାରର ତିନିଜଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ସେତେବେଳେ ମଧ୍ୟ କୌଣସି ଆତ୍ମୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନଥିଲା। ପରିବାର ମଧ୍ୟରେ ସମ୍ପତ୍ତି ବିବାଦ ଓ ଅନ୍ୟାନ୍ୟ କାରଣକୁ ନେଇ ଶୁଭାଶିଷ ସବୁବେଳେ ମାନସିକ ଚାପରେ ରହି ଗଣ୍ଡଗୋଳ କରୁଥିବା କୁହାଯାଉଥିବା ବେଳେ ବାପାଙ୍କ ସହ ମଧ୍ୟ ସମ୍ପର୍କ ଭଲ ନଥିଲା। ଏମିତିକି ଶୁଭାଶିଷଙ୍କ ବିରୋଧରେ ବାପା ଥାନାରେ ମଧ୍ୟ ଦ୍ବାରସ୍ଥ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *