ଦେଶ- ବିଦେଶରାଜନୀତି

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ବିହାର ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଘରୋଇ ଗ୍ରାହକ ପ୍ରତି ମାସରେ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ବୋଲି ନୀତୀଶ ଘୋଷଣା କରିଛନ୍ତି

ପାଟନା/ନୂଆଦିଲ୍ଲୀ୧୮-୦୭-୨୦୨୫( ଏସ.ଏମ ) : ବିହାର ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଘରୋଇ ଗ୍ରାହକ ପ୍ରତି ମାସରେ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ବୋଲି ନୀତୀଶ ଘୋଷଣା କରିଛନ୍ତି। ଅଗଷ୍ଟ ୧ ତାରିଖରୁ ଏହା ଲାଗୁ ହେବ। ଏନେଇ ନୀତୀଶ କୁମାର ଆଜି ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ଆମେ ସମସ୍ତଙ୍କୁ ଆରମ୍ଭରୁ ହିଁ ସୁଲଭ ମୁଲ୍ୟରେ ବିଦ୍ୟୁତ ସେବା ଯୋଗାଉଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ ୨୦୨୫ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ସମସ୍ତ ଘରୋଇ ଗ୍ରାହକ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ପୈଠ କରିବେନି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ‌ମୋଟ୍‌ ୧.୬୭ ‌କୋଟି ପରିବାର ଉପକୃତ ହେବେ ବୋଲି ନୀତୀଶ କହିଛନ୍ତି।

ସୌର ଶକ୍ତି ପ୍ଲାଣ୍ଟ୍‌ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ନୀତୀଶ କହିଛନ୍ତି, ଆସନ୍ତା ୩ ବର୍ଷ ମଧ୍ୟରେ ଉକ୍ତ ପରିବାର ସହ ବିଚାରବିମର୍ଶ କରି ଛାତ ଉପରେ କିମ୍ବା ନିକଟସ୍ଥ ସାର୍ବଜନୀନ ସ୍ଥଳରେ ‌ସୌରଶକ୍ତି ପ୍ଲାଣ୍ଟ୍‌ ବସାଯିବ। ନୀତୀଶ କହିଛନ୍ତି, କୁଟୀର ଜ୍ୟୋତି ଯୋଜନା ଅଧୀନରେ ଅତି ଗରିବ ପରିବାର ପାଇଁ ରାଜ୍ୟ ସରକାର ସୌର ଶକ୍ତି ପ୍ଲାଣ୍ଟ୍‌ ବସାଇବାକୁ ସବୁ ଖର୍ଚ୍ଚ ବହନ କରିବେ। ଏହାର ଅର୍ଥ ଘରୋଇ ଗ୍ରାହକ କେବଳ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ପାଇବେନି। ଏଥିସହ ବିହାର ୧୦,୦୦୦ ମେଗାୱାଟ୍‌ ସୋଲାର ଏନର୍ଜି ସୃଷ୍ଟି କରିବାପାଇଁ ଆଶା କରୁଛି। ଉକ୍ତ ଘୋଷଣାକୁ ସ୍ବାଗତ କରି ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି,‘ମାଗଣା ବିଦ୍ୟୁତ୍‌ ଦେବା ସଂକ୍ରାନ୍ତରେ ନୀତୀଶଙ୍କ ନିଷ୍ପତ୍ତି ଏକ ଐତିହାସିକ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ।’

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70