ଖେଳଦେଶ- ବିଦେଶ

ବୈଭବଙ୍କ ବିଶ୍ବ ରେକର୍ଡ

ବୈଭବଙ୍କ ବିଶ୍ବ ରେକର୍ଡ

ବିସ୍ମୟ କିଶୋର ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ପୁଣି ଏକ ଶତକୀୟ ପାଳି ଖେଳି ରେକର୍ଡ ବୁକ୍‌ରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଯୁବ ଦଳ (୧୯ ବର୍ଷରୁ କମ୍‌) ପାଇଁ ବୈଭବ ମାତ୍ର ୫୨ ବଲ୍‌ରୁ ଶତକ ପୂର୍ଣ୍ଣ କରି ବିଶ୍ବ ରେକର୍ଡ କରିଛନ୍ତି

ଲଣ୍ଡନ/ନୂଆଦିଲ୍ଲୀ୦୬-୦୭-୨୦୨୫(ଏସ .ଏମ ) : ବିସ୍ମୟ କିଶୋର ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ପୁଣି ଏକ ଶତକୀୟ ପାଳି ଖେଳି ରେକର୍ଡ ବୁକ୍‌ରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଯୁବ ଦଳ (୧୯ ବର୍ଷରୁ କମ୍‌) ପାଇଁ ବୈଭବ ମାତ୍ର ୫୨ ବଲ୍‌ରୁ ଶତକ ପୂର୍ଣ୍ଣ କରି ବିଶ୍ବ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ପାକିସ୍ତାନର କାମରାନ୍ ଗୁଲାମଙ୍କ ନାମରେ (୫୩ ବଲ୍‌) ଥିଲା। ଶନିବାର ଇଂଲଣ୍ଡ ଯୁବ ଦଳ ବିପକ୍ଷ ଚତୁର୍ଥ ଦିନିକିଆରେ ୧୪ ବର୍ଷୀୟ ବୈଭବ ୭୮ ବଲ୍‌ରୁ ୧୪୩ ରନ୍‌ର ପାଳି‌ ଖେଳିଥିଲେ। ଏହି ପାଳିରେ ୧୩ ଚୌକା ଓ ୧୦ ଛକା ସାମିଲ ଥିଲା। କିନ୍ତୁ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିବାରେ ବୈଭବ ବିଫଳ ହୋଇଥିଲେ। ଶନିବାର ସେ ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିବାବେଳେ ପୂର୍ବରୁ ଋଷଭ ପନ୍ତ୍ ୨୦୧୬ରେ ୧୮ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ରେକର୍ଡକୁ ନିଜ ନାମରେ ରଖିଛନ୍ତି। ଚଳିତ ଶୃଙ୍ଖଳାରେ ବୈଭବ ମୋଟ ୪ ପାଳିରୁ ୩୦୬ ରନ୍ ସଂଗ୍ରହ କରି ଅଗ୍ରଣୀ ଅଛନ୍ତି। ପୂର୍ବ ୩ ମ୍ୟାଚ୍‌ରେ ସେ ଯଥାକ୍ରମେ ୧୯ ବଲ୍‌ରୁ ୪୮ ରନ୍‌, ୩୪ ବଲ୍‌ରୁ ୪୫ ରନ୍‌, ୩୧ ବଲ୍‌ରୁ ୮୬ ରନ୍‌ କରିଥିଲେ। ଚଳିତ ବର୍ଷ ଆଇପିଏଲ୍‌ରେ ବୈଭବ ୩୫ ବଲ୍‌ରୁ ଶତକ ପୂର୍ଣ୍ଣ କରିବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି। ଯାହାକି ଆଇପିଏଲ୍‌ ଇତିହାସରେ ଦ୍ବିତୀୟ ଦ୍ରୁତତମ। ଶନିବାର ବିହନ ମାଲହୋତ୍ରା (୧୨୯ ରନ୍‌, ୧୨୧ ବଲ୍‌, ୧୫ ଚୌକା, ୩ ଛକା)ଙ୍କ ସହ ମିଶି ବୈଭବ ଦ୍ବିତୀୟ ୱିକେଟ୍‌ ପାଇଁ ୨୧୯ ରନ୍ ଭାଗୀଦାରି କରିବାରୁ ଭାରତୀୟ ଦଳ ୩୬୩ ରନ୍ ସଂଗ୍ରହ କରିବା ସହ ୩-୧ରେ ଶୃଙ୍ଖଳା ଜିତିଛି। ଭାରତ ପାଳିକୁ ପିଛାକରି ଇଂଲଣ୍ଡ ରକି ଫ୍ଲିଣ୍ଟଫ୍‌ (୧୦୭)ଙ୍କ ଶତକ ସତ୍ତ୍ବେ ୩୦୮ ରନ୍‌ କରିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *