ଦେଶ- ବିଦେଶରାଜନୀତି

ଭାରତ ଓ ଆମେରିକା ମଧ୍ୟରେ ୧୦ ବର୍ଷ ପାଇଁ ପ୍ରତିରକ୍ଷା ଚୁକ୍ତି ହେବ

ଭାରତ ଓ ଆମେରିକା ମଧ୍ୟରେ ୧୦ ବର୍ଷ ପାଇଁ ପ୍ରତିରକ୍ଷା ଚୁକ୍ତି ହେବ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଆମେରିକୀୟ ପ୍ରତିପକ୍ଷ ପିଟ୍ ହେଗ୍‌ସେଥ୍ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ରଣନୈତିକ ସମ୍ପର୍କକୁ ଆହୁରି ବିସ୍ତାର କରିବା ପାଇଁ ୧୦ ବର୍ଷିଆ ଢାଞ୍ଚା ପ୍ରସ୍ତୁତ କରିବାକୁ ରାଜି ହୋଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୦୭-୨୦୨୫(ଏସ .ଏମ ) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଆମେରିକୀୟ ପ୍ରତିପକ୍ଷ ପିଟ୍ ହେଗ୍‌ସେଥ୍ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ରଣନୈତିକ ସମ୍ପର୍କକୁ ଆହୁରି ବିସ୍ତାର କରିବା ପାଇଁ ୧୦ ବର୍ଷିଆ ଢାଞ୍ଚା ପ୍ରସ୍ତୁତ କରିବାକୁ ରାଜି ହୋଇଛନ୍ତି। ସିଂହ ଓ ହେଗସେଥଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହେବାର ଗୋଟିଏ ଦିନ ପରେ ବୁଧବାର ପେଣ୍ଟାଗନ୍ ପକ୍ଷରୁ ଜାରି ବିବୃତିରେ ଏହି ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ପରବର୍ତ୍ତୀ ବୈଠକରେ ଆସନ୍ତା ୧୦ ବର୍ଷିଆ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବାକୁ ହେଗ୍‌ସେଥ୍ ଓ ସିଂହ ରାଜି ହୋଇଛନ୍ତି। ଏଥିରେ କୁହାଯାଇଛି ଯେ ଉଭୟ ପକ୍ଷ ଭାରତକୁ ଆମେରିକାର ପ୍ରମୁଖ ପ୍ରତିରକ୍ଷା ବିକ୍ରୟ ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ପ୍ରତିରକ୍ଷା ସହଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପେଣ୍ଟାଗନ୍ କହିଛି, ଦକ୍ଷିଣ ଏସିଆରେ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବେ ଆମେରିକା ଭାରତକୁ ପ୍ରାଥମିକତା ଦେଉଛି।

ଫେବ୍ରୁଆରି ୨୦୨୫ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ବିବୃତିରେ ଧାର୍ଯ୍ୟ ପ୍ରତିରକ୍ଷା ଲକ୍ଷ୍ୟ ହାସଲ ଦିଗରେ ଉଭୟ ଦେଶ କରିଥିବା ଯଥେଷ୍ଟ ଅଗ୍ରଗତି ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିଛନ୍ତି। ତେଜସ ଲାଇଟ୍ କମ୍ବାଟ୍ ଏୟାର୍‌କ୍ରାଫ୍ଟ ପାଇଁ ଜିଇ ଏଫ୍ ୪୦୪ ଇଞ୍ଜିନ ଯୋଗାଣ ତ୍ୱରାନ୍ୱିତ କରିବାକୁ ସିଂହ ହେଗ୍‌ସେଥ୍‌ଙ୍କୁ ଅନୁରୋଧ କରିଛନ୍ତି। ଭାରତରେ ଏଫ୍୪୧୪ ଜେଟ୍ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଓ ଆମେରିକାର ପ୍ରତିରକ୍ଷା କମ୍ପାନି ଜିଇ ଏରୋସ୍ପେସ୍ ମଧ୍ୟରେ ପ୍ରସ୍ତାବିତ ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବାକୁ ସିଂହ ଦାବି କରିଛନ୍ତି। ମଙ୍ଗଳବାର ଏକ ଭାରତୀୟ ବିଜ୍ଞପ୍ତିରେ କୁହାଯାଇଛି ଯେ ସିଂହ ଓ ହେଗ୍‌ସେଥ୍‌ ପ୍ରଶିକ୍ଷଣ ଓ ସାମରିକ ବିନିମୟ ସମେତ ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘମିଆଦୀ ସହଯୋଗଠାରୁ ଆରମ୍ଭ କରି ଶିଳ୍ପ ସହଯୋଗକୁ ବିସ୍ତାର କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ କୁହାଯାଇଛି ଯେ, ଏହାର ସମସ୍ତ ସ୍ତମ୍ଭ ଯଥା ପ୍ରତିରକ୍ଷା ଶିଳ୍ପ ସାମଗ୍ରୀ ଯୋଗାଣ ଶୃଙ୍ଖଳାର ସମନ୍ୱୟ, ଲଜିଷ୍ଟିକ୍ ଆଦାନପ୍ରଦାନ, ମିଳିତ ସାମରିକ ଅଭ୍ୟାସ ବୃଦ୍ଧି ଏବଂ ଅନ୍ୟ ସମାନ ଚିନ୍ତାଧାରାର ଅଂଶୀଦାରମାନଙ୍କ ସହ ସହଯୋଗ ଭଳି ଏହି ଗୁରୁତ୍ୱପୂର୍ଣ୍ଣ ଓ ପାରସ୍ପରିକ ଲାଭଦାୟକ ଭାଗୀଦାରିକୁ ଆହୁରି ବଢ଼ାଇବାକୁ ସେମାନେ ରାଜି ହୋଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *