ଦେଶ- ବିଦେଶ

ଭୟଙ୍କର ଭୂସ୍ଖଳନ ପରେ ରାମବନରେ ସ୍କୁଲ-କଲେଜ ଛୁଟି ଘୋଷଣା

ଭୟଙ୍କର ଭୂସ୍ଖଳନ ପରେ ରାମବନରେ ସ୍କୁଲ-କଲେଜ ଛୁଟି ଘୋଷଣା

ଶ୍ରୀନଗର/ଭୁବନେଶ୍ୱର ୨୧-୦୪-୨୦୨୫ (ଏସ.ଏମ ) :ମ୍ମୁକାଶ୍ମୀର ରାମବନରେ ଭୟଙ୍କର ଭୂସ୍ଖଳନ ପରେ ସ୍ଥିତି ସଙ୍ଗୀନ ହୋଇଛି । ଜନଜୀବନ ଏକପ୍ରକାର ଠପ୍ ହୋଇପଡିଥିବା ବେଳେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଯଦିଓ ଘରଦ୍ବାର, ହୋଟେଲ, ସ୍କୁଲ, କଲେଜ ସବୁ ଧୋଇ ହୋଇଯାଇଛି ଆଉ ଗୋଟେ ଗୋଟେ ସ୍ଥାନ ପୂରା ଶ୍ମଶାନ ପାଲଟିଯାଇଛି । ତଥାପି ତାରି ଭିତରେ ଭୟରେ ଜୀବନ ବିତାଉଛନ୍ତି ଲୋକେ । ପାଗ ଖରାପ ଥିବାରୁ ଆଉ ବିପଦ ଟଳିନଥିବାରୁ ରାମବନରେ ଆଜି ପାଇଁ ସ୍କୁଲ ଏବଂ କଲେଜକୁ ଛୁଟି ରଖାଯାଇଛି । ସମସ୍ତ ସରକାରୀ ସ୍କୁଲ-କଲେଜ ଏବଂ ଘରୋଇ ସ୍କୁଲ-କଲେଜକୁ ବନ୍ଦ କରାଯାଇଛି ଏବଂ ଘରେ ରହିବା ସହ ସତର୍କ ରହିବାକୁ କୁହାଯାଇଛି । ପରିସ୍ଥିତି ଦେଖି ଆସନ୍ତାକାଲି ମଧ୍ୟ ସ୍କୁଲ କଲେଜ ଛୁଟି ରହିପାରେ । ସେପଟେ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ଧାରକାମ ଜୋରଦାର ଚାଲିଛି । ଏନଡିଆରଏଫ ଟିମ୍ ଏବଂ ଭାରତୀୟ ଯବାନ ଲୋକଙ୍କ ସେବାରେ ଲାଗି ପଡିଛନ୍ତି । ଯେଉଁଠି ହାଇୱେ ପାହାଡ ଧସି ପୋତି ହୋଇ ଯାଇଛି ସେଠାରେ ରାସ୍ତା ସଫା କାମ ଜାରି ରହିଛି ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *