ଦେଶ- ବିଦେଶ

ମହଙ୍ଗା ପଡ଼ିଲା ଆତଙ୍କବାଦୀଙ୍କୁ ସହଯୋଗ କରିବା

ମହଙ୍ଗା ପଡ଼ିଲା ଆତଙ୍କବାଦୀଙ୍କୁ ସହଯୋଗ କରିବା

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୦୪-୨୦୨୫(ଏସ.ଏମ ) : ତଙ୍କବାଦୀଙ୍କୁ ସହଯୋଗ କରିବା ପଡିଲା ମହଙ୍ଗା । ଆତଙ୍କୀଙ୍କ ଦୁଇ ସହଯୋଗୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ । କୁଲଗାମରେ ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।ତେବେ ପହଲଗାମରେ ଆତଙ୍କୀ ହମଲା ପରେ ଦେଶ ପ୍ରତିଶୋଧ ଚାହୁଁଥିବା ବେଳେ ଏବେ ଭାରତ ସରକାର ଆକ୍ସନ ମୋଡରେ ରହିଛନ୍ତି ଆଉ ଯବାନ ବି ବଦଲା ନେବା ପାଇଁ କାହାକୁ ଛାଡୁ ନାହାନ୍ତି । ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ କୁଟ୍ଟେ ଓ ଜାକିର ଗନୀର ଘରକୁ ମାଟିରେ ମିଶାଇ ଦିଆଯାଇଛି । ଗତକାଲି ଦୁଇ ଆତଙ୍କୀଙ୍କ ଘର ଉଡାଇଥିଲେ ଯବାନ ।ସେପଟେ ଆଜି ବି ଏଲଓସିରେ ଉତ୍ତେଜନା ଜାରି ରହିଛି । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । 

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *