ଘଟଣା ଦୁର୍ଘଟଣାଦେଶ- ବିଦେଶ

ମୃତ୍ୟୁର ବିମାନ: ୨୪୨ରୁ ଜଣେ ମୁକୁଳିଲେ, ବାକି ୨୪୧ ଜଣ ଜଳିଗଲେ…

ମୃତ୍ୟୁର ବିମାନ: ୨୪୨ରୁ ଜଣେ ମୁକୁଳିଲେ, ବାକି ୨୪୧ ଜଣ ଜଳିଗଲେ…

ଅହମଦାବାଦ/ଭୁବନେଶ୍ୱର ୧୩-୦୬-୨୦୨୫(ଏସ.ଏମ ) :  ବିମାନ ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିମାନରେ ଥିବା ଯାତ୍ରୀଙ୍କ ଜୀବନକୁ ନେଇ ଆଶା ସମସ୍ତେ ଛାଡି ଦେଇଥିବା ବେଳେ ଜଣେ ମାତ୍ର ବର୍ତ୍ତିଯାଇଛନ୍ତି । ନହେଲେ ବିମାନରେ ଥିବା ସମସ୍ତେ ମୃତ୍ୟୁର ପଞ୍ଝାରେ ଫସିଯାଇଛନ୍ତି । ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ଯରୁ କେବଳ ଜଣଙ୍କୁ ଛାଡିଦେଲେ ବାକି ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନର ଭୟଙ୍କର ବିସ୍ଫୋରଣ ପରେ ଲାଗିଯାଇଥିବା ନିଆଁରେ ୨୪୧ ଜଣ ଜଳି ଯାଇଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ଯାତ୍ରା କରୁଥିଲେ । ତେବେ ମୃତ୍ୟୁର ଫାଶ ଫିଟାଇ ନିଜ ଜୀବନକୁ ନେଇ ମୁକୁଳି ଆସିଥିବା ଯାତ୍ରୀ ଜଣ ହେଉଛନ୍ତି ରମେଶ ବିଶ୍ବାସ କୁମାର । ସେ ୧୧-ଏ ସିଟରେ ବସିଥିବା ଯାତ୍ରୀ, ଯିଏ ବିମାନରୁ ଡେଇଁ ପଡିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତଳେ ପଡିବା ପରେ ତାଙ୍କ ଛାତି ଓ ଆଖିରେ ଯଦିଓ ଗଭୀର ଆଘାତ ଲାଗିଛି । ଆଉ ସେ ଏବେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଅମିତ ଶାହ ଏବଂ ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ଯାବସ୍ଥା ପଚାରି ବୁଝିଛନ୍ତି । କେମିତି ଥିଲା ସେ ସମୟର ମୁହୂର୍ତ୍ତ ମୋଦୀଙ୍କୁ ସେ କହିଛନ୍ତି । 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *