ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଦି ମନ୍ଦିରରେ ଝାଡ଼ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ଆଗୁଆ ଅପରାହ୍‌ଣ ୪ଟା ୫୦ରେ ଝାଡ଼ ଲାଗିଥିଲା। ବହୁସଂଖ୍ୟକ ଭକ୍ତଙ୍କ  ଦୀର୍ଘ ସମୟ ଧାଡ଼ିରେ ଯାଇ ଗାଦିମନ୍ଦିରରେ ପଶି ଝାଡ଼ ଦର୍ଶନ କରୁଥିବା ସମୟରେ ପୁଲିସ ପକ୍ଷରୁ ୫ଟା ୧୫ରେ ଭକ୍ତମାନଙ୍କୁ ଅନିଚ୍ଛାକୃତ ଭାବେ ବାହାର କରିଦିଆଯାଇଥିଲା।