ଅପରାଧରାଜ୍ୟ

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ

ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିସନରେଟ୍ ପୁଲିସ। ଉଦ୍ଧାର ପରେ ତାକୁ ଭୁବନେଶ୍ବରକୁ ଆଣୁଛି ପୁଲିସର ସ୍ବତନ୍ତ୍ର ଟିମ୍।

ଭୁବନେଶ୍ୱର ୧୫-୦୪-୨୦୨୫ (ଏସ .ଏମ ) :  ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିସନରେଟ୍ ପୁଲିସ। ଉଦ୍ଧାର ପରେ ତାକୁ ଭୁବନେଶ୍ବରକୁ ଆଣୁଛି ପୁଲିସର ସ୍ବତନ୍ତ୍ର ଟିମ୍।ସୂଚନାଯୋଗ୍ୟ, ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହି ଆଧାରରେ ପୁଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୫ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌କୁ ସିସିଟିଭି ଫୁଟେଜ୍‌ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାବାଦ୍‌ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଅପରପକ୍ଷେ ଶିଶୁପୁତ୍ରଟିକୁ ହରାଇ ଦୃଷ୍ଟିବାଧିତ ମା’ଟି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।ଶନିବାର କାଳବୈଶାଖୀ ହେବାରୁ ଦୃଷ୍ଟିବାଧିତ ମା’ ଆଶ୍ରମକୁ ଫେରି ନପାରି ରାମମନ୍ଦିର ସମ୍ମୁଖରେ ରହିଯାଇଥିଲେ। ରାତି ପ୍ରାୟ ୨ଟା‌ ବେଳେ ଜୁସ୍‌ ପିଆଇବାକୁ ଦେବ କହି ଶିଶୁଟିକୁ ଅପହରଣକାରୀ ସାଙ୍ଗରେ ନେଇ ଚମ୍ପଟ ମାରିଥିଲା। ପରଦିନ ପୁଅକୁ ନପାଇ ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ତେଣୁ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ୍‌ ବାଲେଶ୍ବର, ଭଦ୍ରକ, କଲିକତା ଇତ୍ୟାଦି ସ୍ଥାନକୁ ଯାଇ ‌ତଦନ୍ତ ଚଳାଇଛି। ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ସ୍ଥାନୀୟ ଭିକ୍ଷୁକ, ବଞ୍ଜାରାମାନଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛି। ସେହିପରି ଅପହରଣ ସମୟରେ ଷ୍ଟେସନ ଅଞ୍ଚଳରେ ଥିବା ଟାୱାରରୁ କେତେ କଲ ହୋଇଛି, ତାହାର ତଥ୍ୟକୁ ମଧ୍ୟ ପୁଲିସ୍‌ ଯାଞ୍ଚ କରୁଛି। ଅହପୃତ ଶିଶୁର ମା’ ରହୁଥିବା ଚନ୍ଦ୍ରଶେଖରପୁର କନ୍ୟାଶ୍ରମକୁ ଯାଇ ମଧ୍ୟ ପୁଲିସ୍‌ ଟିମ୍‌ ପଚରାଉଚରା କରିଛି। ଏମିତିକି ଦୃଷ୍ଟିବାଧିତ ମହିଳାଙ୍କୁ ଛାଡ଼ି ଦେଇଥିବା ସ୍ବାମୀଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *