TOP STORIESଦେଶ- ବିଦେଶ

ସ୍ତଗିତ ରହିଲା ଆକ୍ସମ-୪ର ଉତ୍‌କ୍ଷେପଣ

ସ୍ତଗିତ ରହିଲା ଆକ୍ସମ-୪ର ଉତ୍‌କ୍ଷେପଣ

ପୋଷ୍ଟ-ଷ୍ଟାଟିକ୍ ଫାୟାର ବୁଷ୍ଟର ଯାଞ୍ଚ ସମୟରେ ତରଳ ଅମ୍ଳଜାନ (LOx) ଲିକ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲିକ୍ ମରାମତି କରିବା ପାଇଁ ସମୟ ଲାଗିବ

ନୂଆଦିଲ୍ଳୀ/ଭୁବନେଶ୍ୱର୧୧-୦୬-୨୦୨୫(ଏସ .ଏମ ) : ନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି। ଏହି ଖବର ‌ସ୍ପେସ୍‌ ଏକ୍ସର ଏକ୍ସ ପୋଷ୍ଟ୍‌ରେ ନିଶ୍ଚିତ କରାଯାଇଛି।

ପୋଷ୍ଟ-ଷ୍ଟାଟିକ୍ ଫାୟାର ବୁଷ୍ଟର ଯାଞ୍ଚ ସମୟରେ ତରଳ ଅମ୍ଳଜାନ (LOx) ଲିକ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲିକ୍ ମରାମତି କରିବା ପାଇଁ ସମୟ ଲାଗିବ। ମରାମତି ସମ୍ପୂର୍ଣ୍ଣ ହେବା ପରେ ଏବଂ ପରିସର ଉପଲବ୍ଧତା ଉପରେ ନିର୍ଭର କରି ଏକ ନୂତନ ଉ‌ତ୍‌କ୍ଷେପଣ ତାରିଖ ସ୍ଥିର କରାଯିବ ବୋଲି କମ୍ପାନି କକ୍ଷରୁ କୁହାଯାଇଛି।

ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିଲା। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ସ୍ପେସ୍‌ ଏକ୍ସ ଡ୍ରାଗନ ଯାନ ଆଇଏସ୍‌ଏସ୍‌ ଯିବ। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ଐତିହାସିକ ଯାତ୍ରାର ୪ ଦଶନ୍ଧି ପରେ ଭାରତ ମାନବ ମହାକାଶଯାତ୍ରାକୁ ପ୍ରତ୍ୟାବର୍ତ୍ତନ କରିବା ଯୋଜନା କରିିଛି।

ଭାରତୀୟ ବାୟୁସେନାର ପାଇଲଟ୍ ତଥା ଇସ୍ରୋ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମିସନ୍‌ର ପାଇଲଟ୍ ଭାବେ କାର୍ଯ୍ୟ କରିବେ ଏବଂ ମିସନ୍‌ କମାଣ୍ଡର ପେଗି ହ୍ୱିଟସନ୍ ଏବଂ ହଙ୍ଗେରୀ ଓ ପୋଲାଣ୍ଡର ବିଶେଷଜ୍ଞଙ୍କ ସହ ଯୋଗ ଦେବେ। ଗ୍ରୁପ୍ କ୍ୟାପଟେନ୍ ଶୁକ୍ଳାଙ୍କ ପତ୍ନୀ ଓ ୪ ବର୍ଷର ପୁଅ ସମେତ ତାଙ୍କ ପରିବାର ଫ୍ଲୋରିଡାରେ ଉପସ୍ଥିତ ଅଛନ୍ତି। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସହ ଆଜି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଏପି ସିଂହ କଥା ହୋଇଛନ୍ତି। ଏହି ଅବସରରେ ବାୟୁସେନା ମୁଖ୍ୟ ସମସ୍ତ ବାୟୁସେନା ଯୋଦ୍ଧାଙ୍କ ପକ୍ଷରୁ ଶୁକ୍ଳାଙ୍କୁ ଶୁଭେଚ୍ଛା‌ ଜଣାଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *