ରାଜନୀତିରାଜ୍ୟଶିକ୍ଷା

୧୦୦ ଏକର ଜାଗାରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି

୧୦୦ ଏକର ଜାଗାରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ଗ୍ରନ୍ଥାଗାର ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ରାଜଧାନୀ ଉପକଣ୍ଠ ଭରତପୁରସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୬କୋଟି ଟଙ୍କା ବ୍ୟୟରେ ଏହି ଅଟ୍ଟାଳିକା ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଆବାସ ଗୃହ, ଛାତ୍ରାବାସ ଓ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଗଣିତରେ ଉଚ୍ଚକୋଟୀର ଗବେଷଣା ଓ ଗଣିତ ଶିକ୍ଷାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବୋଧଗମ୍ୟ କରିବା, ଶିକ୍ଷା ଓ ଶିକ୍ଷକମାନଙ୍କ ନିମନ୍ତେ ତାଲିମ ଶିବିର ଆୟୋଜନ କରିବା କ୍ଷେତ୍ରରେ ପ୍ରତିଷ୍ଠାନ ପ୍ରମୁଖ ଭୂମିକା ତୁଲାଇଛି। ଗଣିତ କ୍ଷେତ୍ରରେ ପ୍ରୟୋଗାତ୍ମକ ଗବେଷଣା କରାଯିବା ପାଇଁ ସମସ୍ତ ଭିତ୍ତିଭୂମି ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଏହାବାଦ୍‌ ରାଜଧାନୀରେ ୧୦୦ ଏକର ଜାଗାରେ ସାଇନ୍ସ ସିଟି ପ୍ରତିଷ୍ଠା ସହ ଜୈବପ୍ରଯୁକ୍ତି ବିଜ୍ଞାନ ଅନ୍ତର୍ଗତ ପ୍ରମୁଖ ୧୭ଟି କ୍ଷେତ୍ରରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଯୋଗଦେଇ ଗଣିତକୁ ପ୍ରୟୋଗ କରି ମାନବସମାଜର କଲ୍ୟାଣ ଦିଗରେ ଅଧିକ ଗବେଷଣା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରତିଷ୍ଠାନରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଆପ୍ଲାଏଡ୍‌ ମ୍ୟାଥ୍‌ମେଟିକ୍ସ, ମ୍ୟାଥ୍‌ମେଟିକ୍ସ ୱିଥ୍‌ କମ୍ପ୍ୟୁଟିଂ, ମ୍ୟାଥ୍‌ମେଟିକ୍ସ ୱିଥ୍‌ ଡାଟା ସାଇନ୍ସ, ମ୍ୟାଥ୍‌ମେଟିକ୍ସ ୱିଥ୍‌ କମ୍ପ୍ୟୁଟେସ୍‌ନାଲ୍‌ ଫାଇନାନ୍ସ, ମ୍ୟାଥ୍‌ମେଟିକ୍ସ ୱିଥ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସରେ ପାଞ୍ଚବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର୍‌ ଯଶବନ୍ତ ଜେନା, କୁଳସଚିବ ପ୍ରଫେସର୍‌ ତ୍ରୈଲୋକ୍ୟ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ବିଦ୍ୟୁତପ୍ରଭା ରାଉତ, ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ନିର୍ଦ୍ଦେଶକ ଉର୍ମିପ୍ରଭା ମହାରଣା, ପ୍ରତିଷ୍ଠାନର ସୁନୀତା ଚକ୍ରବର୍ତ୍ତୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *