TOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶବିଶେଷ ସ୍ତମ୍ବସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ ହ୍ରାସ ପାଇଛି।

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) : ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ ହ୍ରାସ ପାଇଛି।ତେବେ ରବିବାର ଦିନ ଏହି ମାମଲା ୫,୦୧୨ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ନୂତନ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷ ମୋଟ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି।ଗତ କିଛି ଦିନ ହେବ କରୋନାର ପ୍ରଭାବ ହ୍ରାସ ହେବାରେ ଲାଗିଛି। କିଛି ଦିନ ହେବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି। କିଛି ସପ୍ତାହ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଉପରେ ଥିବା ବେ‌ଳେ ଦିନକୁ ପ୍ରାୟ ୩-୪ ଜଣଙ୍କର ମୃତ୍ୟୁ ରେକର୍ଡ ହେଉଥିଲା।ସେହି ତୁଳନାରେ ଦେଖିବାକୁ ଗଲେ ଏବେ କରୋନା ଆକ୍ରନ୍ତ, ସକ୍ରିୟ ଓ କରୋନାଜନିତ ମୃତ୍ୟୁ ମାମଲା ଢେର୍‌ ହ୍ରାସ ପାଇଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *