ସଦା ପ୍ରସ୍ତୁତ, ସଦା ଜାଗ୍ରତ… ଖୁବଶୀଘ୍ର ନିଆଯିବ କି ପହଲଗାମ ହମଲାର ପ୍ରତିଶୋଧ ? ଚର୍ଚ୍ଚା ବଢାଇଲା ସେନାର ପୋଷ୍ଟ
ସଦା ପ୍ରସ୍ତୁତ, ସଦା ଜାଗ୍ରତ… ଖୁବଶୀଘ୍ର ନିଆଯିବ କି ପହଲଗାମ ହମଲାର ପ୍ରତିଶୋଧ ? ଚର୍ଚ୍ଚା ବଢାଇଲା ସେନାର ପୋଷ୍ଟ
ମାରିବୁ… ଗୋଡେଇ ଗୋଡେଇ ମାରିବୁ… ଘରେ ପଶି ମାରିବୁ… ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ… ଯେତେବେଳେ ଯେକୌଣସି ବି ପରିସ୍ଥିତି ଆସିବ ସବୁବେଳେ ତାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଆମ ଭାରତୀୟ ଯବାନ । ଖାଲି ନିର୍ଦ୍ଦେଶକୁ ଅପେକ୍ଷା, ଇସାରା ମିଳିବା ମାତ୍ରେ ହିଁ ଉଡାଇଦେବେ ଆତଙ୍କୀର ଘର… ଆତଙ୍କବାଦର କରିଦେବେ ଅନ୍ତ । ପାକିସ୍ତାନର ଘରେ ପଶି ହିଁ ତାକୁ ପାନେ ଦେବେ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୦୪-୨୦୨୫(ଏସ.ଏମ ) : ମାରିବୁ… ଗୋଡେଇ ଗୋଡେଇ ମାରିବୁ… ଘରେ ପଶି ମାରିବୁ… ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ… ଯେତେବେଳେ ଯେକୌଣସି ବି ପରିସ୍ଥିତି ଆସିବ ସବୁବେଳେ ତାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଆମ ଭାରତୀୟ ଯବାନ । ଖାଲି ନିର୍ଦ୍ଦେଶକୁ ଅପେକ୍ଷା, ଇସାରା ମିଳିବା ମାତ୍ରେ ହିଁ ଉଡାଇଦେବେ ଆତଙ୍କୀର ଘର… ଆତଙ୍କବାଦର କରିଦେବେ ଅନ୍ତ । ପାକିସ୍ତାନର ଘରେ ପଶି ହିଁ ତାକୁ ପାନେ ଦେବେ…ପହଲଗାମ୍ ହମଲାର ବଦଲା ନେବାକୁ ଭାରତବାସୀ ଚାହିଁ ରହିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପାକିସ୍ତାନ ବିରୋଧୀ ଆକ୍ସନ । ଜୋସରେ ଥିବା ଯବାନ ଶତ୍ରୁଙ୍କୁ ମାରି ସୁକୁନ୍ ପାଇବାକୁ ଅନେଇ ରହିଛନ୍ତି । କେତେବେଳେ ସରକାର ନିର୍ଦ୍ଦେଶ ଦେବେ ଆଉ ସେମାନେ ଆତଙ୍କୀଙ୍କ ଛାତି ଚିରି ରକ୍ତର ଜବାବ ରକ୍ତରେ ନେବେ ।