ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷ ଗସ୍ତ ରଦ୍ଦ

 ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷ ଗସ୍ତ ରଦ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୪-୨୦୨୫ (ଏସ.ଏମ ) : ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ । ରୁଷ ଯିବେନି ମୋଦୀ । ମେ ୯ ତାରିଖରେ ମସ୍କୋ ଠାରେ ହେବାକୁ ଥିବା ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଥିଲା । ତେବେ ମୋଦୀଙ୍କ ରୁଷ ଗସ୍ତ ରଦ୍ଦ ନେଇ ସୂଚନା ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋବ୍  । ଯଦିଓ ଏହି ଗସ୍ତ ରଦ୍ଦ ହେବାର କାରଣ କହିନାହାନ୍ତି,  କୁହାଯାଉଛି ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜର୍ମାନୀ ଉପରେ ଋଷର ବିଜୟର ୮୦ ବର୍ଷ ଉପଲେକ୍ଷେ ମସ୍କୋରେ ପ୍ରତିବର୍ଷ ମେ ୯ ତାରିଖରେ ଭିକ୍ଟ୍ରି ପରେଡ ଡେ ପାଳନ କରାଯାଏ । ଏହି ବର୍ଷ ମୋଦୀଙ୍କୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *