TOP STORIESଦେଶ- ବିଦେଶ

ଖୋଲିଲା କେଦାରନାଥ ଧାମ ମୋବାଇଲ-କ୍ୟାମେରା ଉପରେ ଲାଗିଲା କଟକଣା

ଖୋଲିଲା କେଦାରନାଥ ଧାମ ମୋବାଇଲ-କ୍ୟାମେରା ଉପରେ ଲାଗିଲା କଟକଣା

ଫଟୋ ଉଠାଇଲେ କି ରିଲ୍ସ କଲେ ପଡ଼ିବ ଫାଇନ୍

ଡେରାଡୁନ/ଭୁବନେଶ୍ୱର ୦୨-୦୫-୨୦୨୫(ଏସ,ଏମ ) : କେଦାରନାଥ ଧାମରେ ଫଟୋ ଉଠାଉଥିଲେ କିମ୍ବା ରିଲ୍ସ କରୁଥିଲେ ସାବଧାନ । କାରଣ କେଦାରନାଥ ମନ୍ଦିରର ୩୦ ମିଟର ପରିସର ଭିତରେ ଲାଗିଛି କଟକଣା । ଯେଉଁ ୩୦ ମିଟର ଭିତରେ ଫଟୋ ଉଠାଇବା ଏବେ ଭିଡିଓ କରିବା ଉପରେ ରୋକ ଲଗାଯାଇଛି । ଯଦି କେହି ଏହି ନିୟମକୁ ଭାଙ୍ଗି ରିଲ୍ସ କରିବାର କିମ୍ବା ଫଟୋ ଉଠାଇବାର ନଜର ଆସିବ ତାହାଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ । ତାଙ୍କ ମୋବାଇଲ କିମ୍ବା କ୍ୟାମେରା ଜବତ କରାଯିବା ସହ ତାଙ୍କ ଉପରେ ୫୦୦୦ ଟଙ୍କାର ଫାଇନ୍ ପଡିବ । ତେଣୁ କେଦାରନାଥ ଯାଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦେବେ ।କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ବେଳେ ମୋବାଇଲ, କ୍ୟାମେରା ସହ କୌଣସି ବି ବୈଦ୍ୟୁତିକ ଯନ୍ତ୍ର ନେଇ ମନ୍ଦିର ଭିତରକୁ ଯାଇ ହେବନି । ତେବେ ଗତବର୍ଷ ବହୁଳ ମାତ୍ରାରେ ଲୋକଙ୍କୁ ଭିଡିଓ ଏବଂ ରିଲ୍ସ କରିବାର ଦେଖିବାକୁ ମିଳିଥିଲା ଯାହା ଦ୍ବାରା ମନ୍ଦିର ସାମ୍ନାରେ ଗହଳି ଲାଗିବା କାରଣରୁ ଅନ୍ୟ ଶ୍ରଦ୍ଧାଳୁଙ୍କୁ ସମସ୍ୟା ହେଉଥିଲା । ତେଣୁ ଏବର୍ଷ ଏଥିରେ ରୋକ ଲଗାଯାଇଛି ।ସେପଟେ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ କପାଟ । ଶୁକ୍ରବାର ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ କପାଟ ଖୋଲି ଦିଆଯାଇଛି । ଆଉ ଯେମିତି କପାଟ ଖୋଲିଛି ମନ୍ଦିର ବାହାରେ ଅପେକ୍ଷା କରିଥିବା ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।ଜୟ ବାବା କେଦାରନାଙ୍କର ଜୟ… ଘଣ୍ଟ ଘଣ୍ଟା, ଓଁକାର ଧ୍ବନୀ ଏବଂ ମହାଦେବଙ୍କ ଜୟଜୟକାରରେ ଖୋଲିଛି ବାବା କେଦାରନାଥଙ୍କ କପାଟ । ଦେବଭୂମି ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର କପାଟ ଆଜି ବୈଦିକ ରୀତିନୀତିରେ ଖୋଲା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ ନିଜେ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଥିଲା

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *