ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ବିଜୟ ପୁନେମ

ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ବିଜୟ ପୁନେମ

କୁଖ୍ୟାତ ମାଓବାଦୀ ବିଜୟ ପୁନେମ ଏଲିଆସ୍ ଅଜୟ ଆଜି ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ। ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ।

ରାୟଗଡ଼ା/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) :  ହାର୍ଡକୋର ମାଓବାଦୀ ବିଜୟ ପୁନେମ ଏଲିଆସ୍ ଅଜୟ ଆଜି ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ। ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ। ପରେ ଟ୍ରେନିଂ ଶେଷ ହେବା ପରେ ତାକୁ ୨୦୧୪ ମସିହାରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ମିଳିଥିଲା। ୨୦୨୪ ମସିହାରେ ତାକୁ ବାଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡ଼ିତ ଥିବା ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ୍ .କମାର ସୂଚନା ଦେଇଛନ୍ତି। ତା ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଠାରୁ ଗୋଟିଏ ୯ଏମଏମ୍ ପିସ୍ତଲ,୮ରାଉଣ୍ଡ ଅଫୁଟା ଗୁଳି ,ୱାକିଟକି ଓ ଘଣ୍ଟା ଜବତ କରାଯାଇଛି । ତେବେ ଆଜି ସେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସରକାର ଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ଜିଲ୍ଲାପାଳଙ୍କ ସହ ଆଲୋଚନ ପରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ବିଥୀ ଏସ୍ କୁମାର ଙ୍କ ସୂଚନା ଦେଇଛନ୍ତି। ନକ୍ସଲ ନେତାଙ୍କ ବ୍ୟବହାର ଓ ଆଦର୍ଶ ବିହିନ ସଂଗଠନ ଯୋଗୁଁ ସେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ବେଳେ ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି।ରାୟଗଡ଼ା ଜିଲ୍ଲାରେ ୨୦୦୬ରୁ ୨୦୨୪ ଯାଏ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଏସ.ପି ସୁଶ୍ରୀ ସ୍ବାଥି ପ୍ରକାଶ କହିଛନ୍ତି । ଆତ୍ମସମର୍ପଣ କରିଥିବା ବିଜୟ ପୁଲେମ କନ୍ଧମାଳ ଜିଲ୍ଲା ବାନ୍ଦିପଙ୍ଗା ଗ୍ରାମର ମେଟଲା ରଇତଙ୍କ ହତ୍ୟାକାଣ୍ଡ,କୋଟଗଡ଼ ଥାନା ଅନ୍ତର୍ଗତ ମେରାଗୁଡି ଗ୍ରାମ ନିକଟସ୍ଥ ଜଙ୍ଗଳରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ, ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିରଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ହୋଇଥିବା ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ, ଛତିଶଗଡ଼ ରାଜ୍ୟର ଗାରିଆବନ୍ଧ ଜିଲ୍ଲାର ଜୋଡେଇପାଣି ଜଙ୍ଗଲରେ ହୋଇଥିବା ଗୁଳି ବିନିମୟ, ଛତିଶଗଡ଼ର ସିକାଶାର ଜଙ୍ଗଲରେ ହୋଇଥିବା ଗୁଳି ବିନିମୟ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚନ୍ଦେଇପାଲି ଜଙ୍ଗଲରେ ହୋଇଥିବା ଗୁଳିବିନିମୟ ଓ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଡାଙ୍ଗ ଜଙ୍ଗଲରେ ହୋଇଥିବା ଗୁଳିବିନିମୟରେ ସେ ସାମିଲ ଥିବା ସେ ସୂଚନା ଦେଇଛନ୍ତି। କୋଡାଙ୍ଗ ଜଙ୍ଗଲରେ ହୋଇଥିବା ଘଟଣାରେ ୨ ଜଣ ଏସ.ଓ.ଜି ସୁରକ୍ଷାକର୍ମି ଆହତ ହୋଇଥିଲେ ବୋଲି ବି ସେ କହିଛନ୍ତି। ବିଜୟ ପୁନେମ ମାଓବାଦୀଙ୍କ ତୁଙ୍ଗନେତା ମୋଡେମ ବାଲକ୍ରୀଷ୍ନାଙ୍କ ସୁରକ୍ଷା ଏବଂ ଅଙ୍ଗରକ୍ଷୀ ରୂପେ ମଧ୍ୟ କାର୍ଯ୍ୟ କରିଥିବା ସୂଚନା ମିଳିଛି।     

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *