Latestଅପରାଧରାଜ୍ୟ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌

ପାଟଣାଗଡ଼/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) ୨୮-୦୫-୨୦୨୫(ଏସ .ଏମ ) : ହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌। ଆଜି ସକାଳେ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ଙ୍କ ନିକଟରେ ହାଜର କରାଯାଇଥିଲା। ସାରା ରାଜ୍ୟର ଆଇନ ବିଶାରଦ ଏବଂ ଜନତାଙ୍କ ନଜର ଏହି ରାୟ ଉପରେ ରହିଥିଲା। ଗତ ୧୪ ତାରିଖ ଉଭୟ ପକ୍ଷର ଓକିଲଙ୍କ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ବିତର୍କ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ କୋର୍ଟ ରାୟକୁ ୨୮ ତାରିଖ ଯାଏଁ ସଂରକ୍ଷିତ ରଖିଥିଲେ।୨୦୧୮ ଫେବୁଆରୀ ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍‌ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍‌ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍‌ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି। ୨୦୧୮ ଫେବୁଆରୀ ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍‌ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍‌ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍‌ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି।
୭ ବର୍ଷ ପରେ ଫଇସଲା
୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ପ୍ରକାଶ ପାଇବ। ଏହି ଅବଧି ମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍‌ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *