ରାଜ୍ୟ

ସରଗରମ ହେଲାଣି ପୂଜା ବଜାର: ଆରମ୍ଭରୁ ଅସମ୍ଭାଳ

ସରଗରମ ହେଲାଣି ପୂଜା ବଜାର: ଆରମ୍ଭରୁ ଅସମ୍ଭାଳ…

ଆଜିଠାରୁ ପୂଜା ପାଇଁ ଏକରକମ ସରକାରୀ ଛୁଟି ଆରମ୍ଭ ହୋଇଯାଇଛି। ତେଣୁ ଛୁଟି ପାଇ ଲୋକେ ସପିଂ କରିବାକୁ ବଜାରମୁହାଁ ହୋଇଛନ୍ତି। ଏଥିପାଇଁ ସହରର ସବୁ ରାସ୍ତାଘାଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

ଭୁବନେଶ୍ୱର ୨୮-୦୯-୨୦୨୫(ଏସ.ଏମ.) :  ଜିଠାରୁ ପୂଜା ପାଇଁ ଏକରକମ ସରକାରୀ ଛୁଟି ଆରମ୍ଭ ହୋଇଯାଇଛି। ତେଣୁ ଛୁଟି ପାଇ ଲୋକେ ସପିଂ କରିବାକୁ ବଜାରମୁହାଁ ହୋଇଛନ୍ତି। ଏଥିପାଇଁ ସହରର ସବୁ ରାସ୍ତାଘାଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସହର ମଧ୍ୟସ୍ଥଳରେ ଥିବା ମାର୍କେଟ୍‌ ବିଲିଡିଂଠାରୁ ଆରମ୍ଭ କରି ପରିବର୍ଦ୍ଧିତ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଥିବା ମଲ୍‌ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବିଶେଷକରି ଶାଢ଼ି, ଗହଣା, ଡ୍ରେସ୍‌ଦୋକାନରେ ମହିଳାମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଗାଡ଼ି ସୋ’ରୁମ୍‌ରେ ଯୁବଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇପଡ଼ିଲାଣି ଗାଁରୁ ସହର। ପୂଜା ପାଇଁ ନବବଧୂ ଭଳି ସଜେଇ ହେଲାଣି ରାଜଧାନୀ। ଚାରିଆଡ଼େ ସୁନ୍ଦର ଆଲୋକମାଳା ସହିତ ଆକର୍ଷଣୀୟ ତୋରଣରେ ଝଲସୁଛି। ସେହିପରି ମେଲୋଡି ପାର୍ଟିମାନେ ପୂଜା ବଜାରକୁ ଆଖି ଆଗରେ ରଖି ଗୀତର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ମଞ୍ଚରେ କେଉଁ ଗୀତ ଗାଇଲେ ଦର୍ଶକ ପସନ୍ଦ କରିବେ ତା’ ଉପରେ ନଜର ରଖି ଗୀତର ଅଭ୍ୟାସ ଆରମ୍ଭ କରିଲେଣି କଳାକାରମାନେ। ସେହିପରି ସରକାରଙ୍କ ଛୁଟି ଘୋଷଣା, ଦରମା ଟଙ୍କା ଜଲଦି ଆସିବା ଓ ଜିଏସ୍‌ଟି ଛାଡ଼ ଯୋଗୁ ବ୍ୟବସାୟ କ୍ଷେତ୍ର ସରଗରମ ହୋଇଉଠିଛି। ବର୍ଷା ସତ୍ତ୍ୱେ ସହରର ଫୁଟପାଥ୍‌ଠାରୁ ଆରମ୍ଭ କରି ବଡ଼ବଡ଼ ମଲ୍‌,  ସୋ’ରୁମ୍‌ ପର୍ଯ୍ୟନ୍ତ ସବୁଠି ଗହଳି ହେଉଛି। ବିଶେଷ କରି ଡ୍ରେସ୍‌, ଇଲୋକ୍ଟ୍ରୋନିକ୍ସ, ଗ୍ରୋସରି ଓ ଗାଡ଼ି ସୋ’ରୁମ୍‌ରେ ଭିଡ଼ ରହୁଛି। ଦଶହରାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ଓ ଦୋକାନୀ ରିହାତି ଅଫର୍‌ମାନ ରଖିଛନ୍ତି। କେଉଁଠି ଗିଫ୍ଟ ଅନ୍ୟ କେଉଁଠି ନିର୍ଦ୍ଦିଷ୍ଟ ଟଙ୍କାର ଜିନିଷ କିଣିଲେ ଗ୍ରାହକମାନଙ୍କୁ ରିହାତି ମିଳୁଛି। ଗ୍ରାହକଙ୍କୁ ନିଜର ସାମଗ୍ରୀ ପ୍ରତି ଆକୃଷ୍ଟ କରାଇବା ପାଇଁ ଦୋକାନୀମାନେ ବାହାରେ ମଧ୍ୟ ପସରା ମେଲାଇଛନ୍ତି। ବର୍ଷା ଯୋଗୁ ଯେଉଁମାନେ ଘରୁ ବାହାରୁ ନାହାନ୍ତି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍‌ଲାଇନ୍‌ରେ ମଧ୍ୟ ଆକର୍ଷଣୀୟ ସାମଗ୍ରୀ ଉପଲବ୍‌ଧ ରହିଛି। ବିଭିନ୍ନ ପ୍ରକାର ବିକ୍ରି ଅଫର ଯୋଗୁ ଗ୍ରାହକମାନେ ଏକାଧିକ ଜିନିଷ କ୍ରୟ କରୁଛନ୍ତି। ସହର ମୁଖ୍ୟ ରାସ୍ତାର ଦୁଇପାର୍ଶ୍ବରେ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରୁଛନ୍ତି। ଫୁଟପାଥ୍‌ରେ ୧୦୦ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ମଧ୍ୟରେ ଡ୍ରେସ୍‌, ଖେଳଣା ସାମଗ୍ରୀ, ଘରୋଇ ଉପକରଣ, ବିଭିନ୍ନ ଡିଜାଇନର ଲାଇଟ୍‌ ଆଦି ବିକ୍ରି କରୁଛନ୍ତି। ସେହିପରି ପୂଜାରେ ସଜେଇବା ପାଇଁ ରଙ୍ଗୀନ ମାଳ, ରଙ୍ଗୀନ କପଡ଼ା, ବିଭିନ୍ନ ଧରଣର ଷ୍ଟିକର୍‌ର ପସରା ପଡ଼ିଥିବାର ଦେଖିବାକୁ ମିଳିଛି।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70