Newsପାଣିପାଗରାଜ୍ୟ

Temperatures have dropped

ଖସିଲା ପାରଦ, ଆସିଲା ଥଣ୍ଡା: ୫ ଦିନରେ କମିଲା ୮ ଡିଗ୍ରି, ଦିଲ୍ଲୀଠୁ ଭୁବନେଶ୍ବର ପାରଦ କମ୍‌

ରାତିରେ ରାସ୍ତାରେ ଯାଇ ହେଉନି। ହାଲକା ପବନ ବା‌ଜିଲେ ଦେହ ଥରିଉଠୁଛି। ବାଇକ୍‌ ଚାଳକଙ୍କ ହାତ ଥରୁଛି। ଗାଡ଼ିର ବେଗ ୪୦ କିମିରୁ ଅଧିକ ବଢ଼ୁ ନ ଥିବା ବେଳେ ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍‌ ହୋଇପଡ଼ୁଛି।

ଭୁବନେଶ୍ବର: ରାତିରେ ରାସ୍ତାରେ ଯାଇ ହେଉନି। ହାଲକା ପବନ ବା‌ଜିଲେ ଦେହ ଥରିଉଠୁଛି। ବାଇକ୍‌ ଚାଳକଙ୍କ ହାତ ଥରୁଛି। ଗାଡ଼ିର ବେଗ ୪୦ କିମିରୁ ଅଧିକ ବଢ଼ୁ ନ ଥିବା ବେଳେ ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍‌ ହୋଇପଡ଼ୁଛି। ଦୁଇ ଦିନ ହେଲା ଭୁବନେଶ୍ବରରେ ଏଭଳି ସ୍ଥିତି ଲାଗିରହିଛି। ୫ ଦିନ ହେଲା ରାତିର ପାରଦ ଲଗାତାର ଭାବେ ହ୍ରାସ ପାଉଥିବାରୁ ଏଭଳି ସ୍ଥିତି। ଏପରିକି ଯେ ଦେଶର ରାଜଧାନୀ ଦିଲ୍ଲୀର ଥଣ୍ଡାକୁ ବଳି ଯାଇଛି ରାଜ୍ୟ ରାଜଧାନୀ ଭୁବନେଶ୍ବର। ଗତକାଲି ରାତିରେ ଦିଲ୍ଲୀର ସଫଦରଜଙ୍ଗଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୪ ଡିଗ୍ରି ରେକର୍ଡ ଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ରହିଥିଲା।

ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଚଳିତବର୍ଷ ପ୍ରଥମ ଥର ପାଇଁ ସହରରେ ଏଭଳି ଥଣ୍ଡା ହୋଇଛି। ୫ ଦିନ ହେଲା ରାଜଧାନୀରେ ପାରଦ ତାଳମୁହାଁ ହୋଇଛି। ନଭେମ୍ବର ୧ରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ରେକର୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର ୨ରେ ୨୪ ଡିଗ୍ରି, ନଭେମ୍ବର ୩ରେ ୨୨.୬ ଡିଗ୍ରି, ନଭେମ୍ବର ୪ରେ ୨୦.୮ ଡିଗ୍ରି ରହିଥିବା ବେଳେ ନଭେମ୍ବର ୫ରେ ୧୭ ଡିଗ୍ରି ରେକର୍ଡ କରାଯାଇଛି। ଅର୍ଥାତ୍‌ ଗତ ୫ ଦିନରେ ରାଜଧାନୀ ଭୁବନେଶ୍ୱରରେ ପାରଦ ୮ ଡିଗ୍ରି ଖସିଛି। ଆଜି ରାତି ୮ଟା ପରେ ରାସ୍ତାଘାଟରେ ଗହଳି ଚହଳି କମିଥିବା ଦେଖିବାକୁ ମିଳିଛି। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଏକପ୍ରକାର ଘର ମୁହାଁ ହେଉଛନ୍ତି। ପୂର୍ବରୁ ରାତି ୧୦ଟା ବେଳକୁ ରାସ୍ତାରେ ଯାଇ ହେଉ ନଥିବା ବେଳେ ଏବେ କମ୍‌ ଲୋକଙ୍କୁ ଦେଖିବାକୁ ମିଳୁଛି। କାଁ ଭାଁ ଗାଡ଼ି ଚଳାଚଳ କରୁଛି।
ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବାୟୁମଣ୍ଡଳରେ ଜଳୀୟବାଷ୍ପର ଦୃଷ୍ଠାନ୍ତମୂଳକ ହ୍ରାସ ତଥା ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇଛି। ଆଗକୁ ଆହୁରି ଥଣ୍ଡା ବଢିବାର ସମ୍ଭାବନା ରହିଛି। ଆସନ୍ତା ୭ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ହ୍ରାସ ପାଇପାରେ। ୧୧ ତାରିଖ ବେଳକୁ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70