ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

Palasuni Market

ଅବ୍ୟବସ୍ଥ‌ା ଘେରରେ ୩ ଦଶନ୍ଧିର ହାଟ: ଦୂର ହେଉନି ପଳାସୁଣୀ ହାଟର ସମସ୍ୟା

ସୋମବାର ଓ ଶୁକ୍ରବାର ହାଟ ବସେ। ପାଖାପାଖି ୨୦୦ ବ୍ୟବସାୟୀ ନିଜର ପସରା ଖୋଲନ୍ତି। ପ୍ରାୟ ୫ ହଜାରରୁ ଅଧିକ ଲୋକ ଏଠାରୁ ସାମଗ୍ରୀ କିଣାକିଣି କରନ୍ତି। କିନ୍ତୁ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ବସିବା ପାଇଁ କିମ୍ବା ଗ୍ରାହକଙ୍କୁ ସୁରକ୍ଷିତ କିଣାକିଣି କରିବାକୁ ଉପଯୁକ୍ତ……

ଭୁବନେଶ୍ୱର ୩୦-୧୧-୨୦୨୫( ଏସ.ଏମ ) : ସୋମବାର ଓ ଶୁକ୍ରବାର ହାଟ ବସେ। ପାଖାପାଖି ୨୦୦ ବ୍ୟବସାୟୀ ନିଜର ପସରା ଖୋଲନ୍ତି। ପ୍ରାୟ ୫ ହଜାରରୁ ଅଧିକ ଲୋକ ଏଠାରୁ ସାମଗ୍ରୀ କିଣାକିଣି କରନ୍ତି। କିନ୍ତୁ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ବସିବା ପାଇଁ କିମ୍ବା ଗ୍ରାହକଙ୍କୁ ସୁରକ୍ଷିତ କିଣାକିଣି କରିବାକୁ ଉପଯୁକ୍ତ ପରିବେଶ ଯୋଗାଇ ଦେବାକୁ କାହାର ମନ ବଳୁନି। ନା ପିଣ୍ଡି ଖଣ୍ଡିଏ ହେଇଛି ନା ପାର୍କିଂ ପାଇଁ ଜାଗା। ସେମିତି ଦୀର୍ଘ ବର୍ଷ ହେଲା ବେପାରୀମାନେ ରାସ୍ତାରେ ବସି ବିକ୍ରିବଟା କରୁଛନ୍ତି। ଏହା ହେଉଛି ରାଜଧାନୀର ୩୨ ବର୍ଷ ପୁରୁଣା ପଳାସୁଣି ହାଟର ବାସ୍ତବ ଚେହେରା।

ଦୟାୱେଷ୍ଟ କେନାଲ କଡ଼ରେ ତିନି ଦଶନ୍ଧୀ ତଳେ ଗଢ଼ି ଉଠିଥିଲା ପଳାସୁଣୀ ହାଟ। ଆଖପାଖ ଗାଁର ବ୍ୟବସାୟୀଙ୍କ ବିକ୍ରିବଟା ପାଇଁ ଏଠାରେ ପ୍ରାୟ ୮୦ଟି ପିଣ୍ଡି ତିଆରି କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତ କରିବା ପାଇଁ ୨୦୦୫ ବେଳକୁ ସମସ୍ତ ପିଣ୍ଡି ଭାଙ୍ଗି ଦିଆଗଲା। ସରକାର ପ୍ରତିଶ୍ରୁତି ଦେଲେ ଯେ ଖୁବ୍‌ଶୀଘ୍ର ସ୍ଥାୟୀ ବ୍ୟବସ୍ଥା କରାଯିବ। କିନ୍ତୁ ଏହା ଭିତରେ ୧୯ ବର୍ଷ ବିତିଗଲା। ନା ପିଣ୍ଡି ତିଆରି ହେଲା ନା ଜାଗା ଖଣ୍ଡିଏ ଯୋଗାଇ ଦିଆଗଲା ବେପାରୀଙ୍କୁ। ରାସ୍ତାର ଉଭୟ ପାର୍ଶ୍ୱରେ ବେପାରୀ ବସିବା ଫଳରେ ରାସ୍ତା ଅବରୋଧ ହୋଇ ଯାତାୟାତରେ ଅସୁବିଧା ଉପୁଜୁଛି। ଏହି ହାଟକୁ ବାଲିଅନ୍ତା, ହଂସପାଳ, ପଥରକୋଟ, ବୋନୁପୁର, ବିଞ୍ଝାରପୁର ଆଦିରୁ ବ୍ୟବସାୟୀ ଆସି ପନିପରିବାଠାରୁ ଆରମ୍ଭ କରି ଚପଲ, ଲୁଗା, ରାସନ୍‌ ଆଦି ଆଣି ବ୍ୟବସାୟ କରନ୍ତି। ପୁରୁଣା ହାଟ ହୋଇଥିବାରୁ ପଳାଶୁଣି, ପାଣ୍ଡରା, ଜିଜିପି କଲୋନି, ଭାଗବତ ସନ୍ଧାନ, ରସୁଲଗଡ଼ ଗାଁ, ମଞ୍ଚେଶ୍ୱର, ଚକେଇଶିଆଣି, ପିଏଚ୍‌ଡି କଲୋନି ଓ ପ୍ରାଚୀ ବିହାର ଅଞ୍ଚଳରୁ ବହୁ ଲୋକ ଏଠାରେ କିଣାକିଣି କରନ୍ତି। ହେଲେ ଏଠାରେ ପାନୀୟ ଜଳ ଓ ଶୌଚାଳୟର ସୁବିଧା ମଧ୍ୟ ନାହିଁ। ଏପରିକି ଗହଳିର ସୁଯୋଗ ନେଇ ଚୋରି ମଧ୍ୟ ହେଉଛି ବୋଲି ଅଭିଯୋଗ ହେଉଛି।
ଦୂର ହେଉନି ପଳାସୁଣୀ ହାଟର ସମସ୍ୟା
ରାସ୍ତା କଡ଼ରେ ବ୍ୟବସାୟୀ, ନାହିଁ ସର୍ବନିମ୍ନ ଭିତ୍ତିଭୂମି

ଏନେଇ ବ୍ୟବସାୟୀ ସଂଘର ସଭାପତି ରମେଶ ସାହୁଙ୍କ କହିବା ଅନୁଯାୟୀ ୨୦୨୩ ମସିହାରେ ହାଟର ବାର୍ଷିକ ଉତ୍ସବରେ ମେୟର ସୁଲୋଚନା ଦାସ ଯୋଗଦେଇ ହାଟର ସମସ୍ୟା ଦୂର କରାଯିବା ପାଇଁ କହିଥିଲେ। ରାସ୍ତା ଜାମ୍‌ ହେଉଥିବାରୁ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯାଇ କଟକ ରୋଡ୍‌ରେ ୩ ଏକରରୁ ଅଧିକ ଜାଗାରେ ବେପାର କରିବାକୁ ଦିଆଯିବ ବୋଲି କୁହାଯାଇଥିଲା। ଏପରିକି ଅମିନ ଆସି ଜାଗା ମାପ ମଧ୍ୟ ନେଇଥିଲା। ହେଲେ ଇତିମଧ୍ୟରେ ଘୋଷଣାର ଦୁଇ ବର୍ଷ ହେବାକୁ ଯାଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଗଲା ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ନାରାୟଣ ପୃଷ୍ଟିଙ୍କ କହିବା ଅନୁଯାୟୀ ହାଟକୁ ଏତେ ଲୋକ ଆସୁଥିଲେ ସୁଦ୍ଧା ଶୌଚାଳୟ ଓ ପିଇବା ପାଣି ସୁବିଧା ମଧ୍ୟ ନାହିଁ। ଏପରିକି ପଳାଶୁଣି ଛକରେ ଶହ ଶହ ବସ୍‌ ରହୁଥିବା ବେଳେ ଶୌଚାଳୟ ନଥିବାରୁ ବହୁ ଯାତ୍ରୀ ହଇରାଣରେ ପଡ଼ୁଛନ୍ତି। ହାଟ ପାଳିରେ ଏତେ ଜାମ୍‌ ହେଇଯାଉଛି ଯେ ଆମ୍ୱୁଲାନସକୁ ଏହି ଜାଗା ଅତିକ୍ରମ କରିବାକୁ ୧୫ ମିନିଟରୁ ଅଧିକ ଲାଗିଯାଉଛି।
କର୍ପୋରେଟର ବିପ୍ଲବ ବେହେରାଙ୍କ କହିବା ଅନୁଯାୟୀ ସେ କର୍ପୋରେସନ୍‌ ବୈଠକରେ ଏହି କଥା ଉଠାଇଛନ୍ତି। ଆଜି ଜୋନାଲ ଡେପୁଟି କମିସନର ହାଟ ପରିଦର୍ଶନ କରିଛନ୍ତି। ଖୁବ ଶୀଘ୍ର ସେଠାରୁ ହାଟ ଉଠାଯାଇ ବ୍ୟବସାୟୀଙ୍କୁ ଏକ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70