ଦୁର୍ନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ତୁଟୁନି ‘ଆମ ବଜାର’ ପଞ୍ଜୀକରଣ ଅଡ଼ୁଆ

ତୁଟୁନି ‘ଆମ ବଜାର’ ପଞ୍ଜୀକରଣ ଅଡ଼ୁଆ

ଘର ଦୁଆରେ ଖୋଲିଦେଲେଣି ଦୋକାନ, ପଞ୍ଜୀକରଣ ଅର୍ଥ ଦେବାକୁ ଅରାଜି ବିଡିଏ

ଭୁବନେଶ୍ୱର ୨୬-୧-୨୦୨୬(ଏସ.ଏମ ) : ଯେଉଁଠି ଘର ମିଳିବ, ସେଠି ପରିବାର ପ୍ରତିପୋଷଣ ପାଇଁ ବ୍ୟବସାୟର ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ବସ୍ତିବାସିନ୍ଦା ମୁଣ୍ଡ ଗୁଞ୍ଜିବାକୁ ଛାତଘର ପାଇବେ, ଏଥିସହ ସେମାନଙ୍କ ପରିବାର ପ୍ରତିପୋଷଣରେ କିଛି ଅସୁବିଧା ହେବନି। ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଏଥିପାଇଁ ପ୍ରତି ଆଫର୍ଡେବଲ୍‌ ହାଉସିଂ ଯୋଜନାରେ ନିର୍ମାଣ ଆବାସ ପ୍ରକଳ୍ପରେ ‘ଆମ ବଜାର’ ସୁବିଧା କରାଗଲା। କିନ୍ତୁ ପଞ୍ଜୀକରଣ ଅଡ଼ୁଆ ପାଇଁ ‘ଆମ ବଜାର’ର ଭାଗ୍ୟ ଫିଟିପାରୁନି। ଏହି ଜାଗା କାହା ନାମରେ ପଞ୍ଜୀକରଣ ହେବ ଏବଂ ପଞ୍ଜୀକରଣ ଅର୍ଥ କେଉଁଠୁ ଭରଣା ହେବ, ସେହି ଦ୍ବନ୍ଦ୍ବରେ ରହିଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ। ଫଳସ୍ବରୂପ ‘ଆମ ବଜାର’ର ଦୋକାନ ଘର ଅଦ୍ୟାବଧି ବସ୍ତିବାସିନ୍ଦାଙ୍କୁ ମିଳିପାରିନି। ତେଣୁ ଲୋକେ ନିଜ ନିଜ ଘର ଆଗରେ ଦୋକାନ ଖୋଲି ସାରିଲେଣି।

ରାଜଧାନୀ ଭୁବନେଶ୍ବରକୁ ବସ୍ତିମୁକ୍ତ କରିବା ପାଇଁ ସରକାର ବସ୍ତିବାସିନ୍ଦାଙ୍କୁ ଥଇଥାନ ଯୋଜନାରେ ସୁଲଭ ଦରରେ ଅତ୍ୟାଧୁନିକ ପକ୍କାଘର ଯୋଗାଇ ଦେଉଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜମା ଦେଲେ ସରକାର ଏହି ଘର ଯୋଗାଇ ଦେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ସତ୍ୟନଗର କେଶରୀ ରେସିଡେନ୍ସି, ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି (ବରୁଣେଇ ଏନ୍‌କ୍ଲେଭ), ଚନ୍ଦ୍ରଶେଖରପୁର ନୀଳମାଧବ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆପାର୍ଟମେଣ୍ଟରେ ଘର ବ୍ୟବସ୍ଥା କରାଯାଇଛି। ସବୁଠି ‘ଆମ ବଜାର’ ବ୍ୟବସ୍ଥା କରାଯାଉଛି। ବସ୍ତିବାସିନ୍ଦାମାନେ ଘର ପାଇ କେଶରୀ ରେସିଡେନ୍ସି, ବୁଦ୍ଧବିହାର ଆଦିରେ ରହିଲେଣି। ବୁଦ୍ଧବିହାରରେ ଘର ପାଇ ବର୍ଷେ ହେଲା ରହିଲେଣି, କିନ୍ତୁ ସେମାନଙ୍କୁ ଦୋକାନଘର ମିଳିନି। କେଶରୀ ରେସିଡେନ୍ସି ‘ଆମ ବଜାର’ରେ ବି ତାଲା ଝୁଲୁଛି।

ସୂଚନା ମୁତାବକ, ବିଏମ୍‌ସିରେ ବସ୍ତିବାସିନ୍ଦାଙ୍କ ପାଇଁ ହୋଇଥିବା ଆପାର୍ଟମେଣ୍ଟ ୨୦୨୪ ମସିହା ପୂର୍ବର। କିନ୍ତୁ ୨୦୨୪ ଶେଷ ଆଡ଼କୁ ଆପାର୍ଟମେଣ୍ଟ ମାଲିକାନା ନିୟମ ଆସିଲା। ଏହି ନିୟମ ଅନୁଯାୟୀ, ଆପାର୍ଟମେଣ୍ଟର ଅନ୍ତେବାସୀଙ୍କୁ ନେଇ ସଂଘ ଗଠନ ବାଧ୍ୟତାମୂଳକ କରାଯାଇଛି। ସଂଘକୁ ଜାଗା ହସ୍ତାନ୍ତର ହେବ। ସଂଘ ସଂପାଦକଙ୍କ ନାଁରେ ଜାଗା ପଞ୍ଜୀକରଣ ହେବ। ସଂଘ ଆୟ-ବ୍ୟୟ, ସୁରକ୍ଷା ଆଦି ବୁଝିବ। ଜାଗା ପଞ୍ଜୀକରଣ ପାଇଁ ବେଞ୍ଚମାର୍କ ମୂଲ୍ୟାଙ୍କନ ଅନୁସାରେ ଅର୍ଥ ପଇଠ କରିବାକୁ ପଡ଼ିବ। କିନ୍ତୁ ବିଡିଏ ଏହି ଅର୍ଥ ଦେବାକୁ ମଙ୍ଗୁନି। ବସ୍ତିବାସିନ୍ଦାମାନେ ଏହା ଦେବାକୁ ଅସମର୍ଥ ଥିବାରୁ ସେମାନଙ୍କଠାରୁ ବି ବିଡିଏ ଏହି ଅର୍ଥ ଆଦାୟ କରିପାରୁନି। ଏଭଳି ସ୍ଥିତିରେ ବିଡିଏ ପଞ୍ଜୀକରଣ ପ୍ରସଙ୍ଗରେ ନିରବ ରହିବାକୁ ଶ୍ରେୟ ମଣିଛି। ଏମ୍‌ସି ଡେପୁଟି କମିସନର୍‌ଅଜୟ ମହାନ୍ତି କହିଛନ୍ତି, ଏହା ବିଡିଏ କାମ, ଆମର ନୁହେଁ। ବିଡିଏ ସେକ୍ରେଟାରି ମାନସ ପାଢ଼ୀ କହିଛନ୍ତି, ନିୟମାନୁଯାୟୀ ବସ୍ତିବାସିନ୍ଦାଙ୍କୁ ହିଁ ଏହି ଦୋକାନଘର ମିଳିବ। ସ୍ଥିତି ଦେଖି ଏ ଦିଗରେ ପଦକ୍ଷେପ ନିଆଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70