ଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କୋଟିଆ ଅଶାନ୍ତ

ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କୋଟିଆ ଅଶାନ୍ତ

ଟେଣ୍ଟ ଭାଙ୍ଗିଦେଲେ ଆନ୍ଧ୍ରର ପୋଷାଗୁଣ୍ଡା, ଭିଡିଓ ଭାଇରାଲ୍‌ କରି ଦମ୍ଭ ଦେଖାଇଲେ

  • କୋଟିଆରେ ଆନ୍ଧ୍ରର ପୋଷାଗୁଣ୍ଡାଙ୍କ ଶକ୍ତି ପ୍ରଦର୍ଶନ।
  • ସରକାରୀ କାର୍ଯ୍ୟକ୍ରମରେ ବାଧା ଦେଇଛନ୍ତି।
  • ଭଙ୍ଗାରୁଜା କରି ଓଡ଼ିଶା ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।
  • ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ କୋଟିଆ ଗସ୍ତର କିଛି ଘଣ୍ଟା ପୂର୍ବରୁ ଭଙ୍ଗାରୁଜା ଘଟଣା….

କୋରାପୁଟ/ପଟାଙ୍ଗି ୨୬-୧-୨୦୨୬(ଏସ.ଏମ ) : କୋଟିଆରେ ଆନ୍ଧ୍ରର ପୋଷାଗୁଣ୍ଡାଙ୍କ ଶକ୍ତି ପ୍ରଦର୍ଶନ। ସରକାରୀ କାର୍ଯ୍ୟକ୍ରମରେ ବାଧା ଦେଇଛନ୍ତି। ଭଙ୍ଗାରୁଜା କରି ଓଡ଼ିଶା ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ କୋଟିଆ ଗସ୍ତର କିଛି ଘଣ୍ଟା ପୂର୍ବରୁ ଭଙ୍ଗାରୁଜା ଘଟଣା କୋଟିଆରେ ଅଶାନ୍ତି ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। କୋଟିଆ ପଞ୍ଚାୟତରେ ଲୋ-ଭୋଲଟେଜ୍‌ ଭଳି ସମସ୍ୟା ଅନେକ ଦିନ ହେଲା ରହିଥିଲା। ତେଣୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୀମାନ୍ତ ସେମ୍ବୀ ଗାଁରେ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପ୍ରଶାସନ ସ୍ଥାନ ଚିହ୍ନଟ କରିବା ପରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଶିଳାନ୍ୟାସ ଲାଗି ଶନିବାର ଅପରାହ୍ଣରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତକାଲି ନାମଫଳକ ଲଗାଇବା ପାଇଁ ଗୋଟିଏ କାନ୍ଥ ନିର୍ମାଣ କରି ଚାରିପଟେ ଟେଣ୍ଟ ସ୍ଥାପନ ହୋଇଥିଲା। ଅଳ୍ପ କିଛି ସାଜସଜ୍ଜା ମଧ୍ୟ କରାଯାଇଥିଲା। କିନ୍ତୁ ଏହି ଖବର ଆନ୍ଧ୍ରର ଏଜେଣ୍ଟଙ୍କ ନିକଟରେ ପହଞ୍ଚିଯିବାରୁ ରାଗ ତମତମ ହୋଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଟେଣ୍ଟକୁ ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ସଫଳ ନ ହେବାରୁ ଭାଙ୍ଗିବା ଆରମ୍ଭ କରିଥିଲେ। ଏପରିକି କାର୍ଯ୍ୟକ୍ରମସ୍ଥଳରେ ହୋଇଥିବା ସାଜସଜ୍ଜାକୁ ଭାଙ୍ଗିଥିବା ସ୍ଥାନୀୟ ଲୋକ କହିଛନ୍ତି। କାର୍ଯ୍ୟକ୍ରମ ପାଇଁ ଲାଗିଥିବା କିଛି ହୋର୍ଡିଂକୁ ସେଠାରୁ ହଟାଇ ଦେଇଥିଲେ।

ଭିଡିଓ ଭାଇରାଲ୍‌ କରି ଦମ୍ଭ ଦେଖାଇଲେ
ଓଡ଼ିଶା ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ

ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି କରିଥିଲେ ସୁଦ୍ଧା ସେମାନଙ୍କୁ କେହି କିଛି କହିବା ପାଇଁ ସାହସ ଜୁଟାଇ ପାରିନଥିଲେ। ଯାହାଫଳରେ ଆନ୍ଧ୍ରର ଏହି ପୋଷାଗୁଣ୍ଡାଙ୍କ ସାହସ ଆହୁରି ବଢ଼ି ଯାଇଥିଲା। ଭଙ୍ଗାରୁଜା ଓ ପାଟିତୁଣ୍ଡ କରିବାର ଦୃଶ୍ୟକୁ ରେକର୍ଡିଂ କରି ନିଜେ ତାହାକୁ ଭାଇରାଲ୍‌ କରିଛନ୍ତି। ଓଡ଼ିଶା ସରକାରଙ୍କ ବିରୋଧରେ ବିଷ ଓଗାଳିଥିଲେ। ଏତେ ସବୁ ଘଟିଥିଲେ ସୁଦ୍ଧା ଜିଲ୍ଲା ଓ ବ୍ଲକ ପ୍ରଶାସନ ଅସହାୟ ଭଳି ଚୁପ୍‌ ରହିଥିଲା ଗତକାଲିର ଆତଙ୍କରାଜ ସତ୍ତ୍ବେ ଆଜି ଅପରାହ୍ଣରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କୋଟିଆରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ କହିଥିଲେ, ଭୋଲଟେଜ୍‌ ସମସ୍ୟା ରହିଥିବା ଗତ ଦିନରେ କୋଟିଆବାସୀ ଜଣାଇଥିଲେ। ତେଣୁ ନୂଆ ସବ୍‌ଷ୍ଟେସନ୍‌ ସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି କୋଟିଆରେ କିଏ ଅଶାନ୍ତି ସୃଷ୍ଟି କଲା ଆମକୁ ଜଣାନାହିଁ। କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ଆଗକୁ ରହିବ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଭଙ୍ଗାରୁଜା ସଂପର୍କରେ ବିଡିଓ ରାମକୃଷ୍ଣ ନାୟକଙ୍କୁ ଯୋଗାଯୋଗ କରିବାରୁ ଆନ୍ଧ୍ର ଦ୍ବାରା ନିୟୋଜିତ ଏଜେଣ୍ଟ ଏଭଳି କାମ କରିଥିବା କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70