ଘଟଣା ଦୁର୍ଘଟଣାରାଜ୍ୟ

ବାଟ ଛାଡ଼ିଲେନି ବରଯାତ୍ରୀ

ବାଟ ଛାଡ଼ିଲେନି ବରଯାତ୍ରୀ…

ବେପରୁଆ ଓ ଲଗାମ୍‌ବିହୀନ କଲ୍ୟାଣ ମଣ୍ଡପ ଓ ଅମାନିଆ ବରାଯାତ୍ରୀଙ୍କ କାରଣରୁ ଆଜି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପୁରୀ ବାଇପାସ ରାସ୍ତାରେ ଗାଡ଼ି ଚଳାଚଳ କରିପାରିନି। ପାଣ୍ଡରାରୁ ଲିଙ୍ଗିପୁର….

ଭୁବନେଶ୍ୱର ୨୯-୦୧-୨୦୨୬ (ଏସ .ଏମ ) : ବେପରୁଆ ଓ ଲଗାମ୍‌ବିହୀନ କଲ୍ୟାଣ ମଣ୍ଡପ ଓ ଅମାନିଆ ବରାଯାତ୍ରୀଙ୍କ କାରଣରୁ ଆଜି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପୁରୀ ବାଇପାସ ରାସ୍ତାରେ ଗାଡ଼ି ଚଳାଚଳ କରିପାରିନି। ପାଣ୍ଡରାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ରାସ୍ତାରେ ଅସମ୍ଭାଳ ଭିଡ଼ ହୋଇଛି। ଟ୍ରାଫିକ୍‌ ଅବ୍ୟବସ୍ଥା କାରଣରୁ ଲୋକେ ଘଣ୍ଟା ଘଣ୍ଟା ଅଟକି ଅସହ୍ୟ ଯନ୍ତ୍ରଣା ଭୋଗ କରିଛନ୍ତି। ଆମ୍ବୁଲାନ୍ସ, ସ୍ୱର୍ଗରଥ ଗାଡ଼ି ବି ଏହି ଭିଡ଼ରୁ ବର୍ତ୍ତିପାରିନି। ଉଭୟ ରୋଗୀ ଓ ମରଶରୀରକୁ ବି ବରଯାତ୍ରୀଙ୍କ ମଉଜ ଓ କଲ୍ୟାଣମଣ୍ଡପ ମାଲିକଙ୍କ ବେପାର ପାଇଁ ଘଣ୍ଟା ଘଣ୍ଟା ଅଟକିବାକୁ ପଡ଼ିଛି। ପୁରୀ ବାଇପାସ ରାସ୍ତାରେ ପାଣ୍ଡରାରୁ ଲିଙ୍ଗିପୁର ଭିତରେ ବହୁ ସଂଖ୍ୟାରେ କଲ୍ୟାଣମଣ୍ଡପ ରହିଛି। କିନ୍ତୁ ଅଧିକାଂଶଙ୍କର ପାର୍କିଂ ନାହିଁ। ଏଣୁ ଯେଉଁ ବିବାହ ଭୋଜି ହେଉଛି ଅବା ବରଯାତ୍ରୀ ଆସୁଛନ୍ତି, ସେମାନେ ରାସ୍ତାକୁ କବ୍‌ଜା କରି ଗାଡ଼ି ରଖୁଛନ୍ତି। ଫଳସ୍ୱରୂପ ପ୍ରତିଦିନ ସନ୍ଧ୍ୟାରେ ଏହି ରାସ୍ତା ଜାମ ହେଉଛି। ଆଜି ବିବାହ ପାଇଁ ଏହି କଲ୍ୟାଣମଣ୍ଡପ ସବୁ ବୁକିଂ ଥିଲା। ୮ରୁ ଅଧିକ ବରଯାତ୍ରୀ ଦଳ ଏହି ରାସ୍ତାରେ ରୋଶଣି ନେଇ ଯାଉଥିଲେ। ଡିଜେ ଗାଡ଼ି ସାଙ୍ଗଙ୍କୁ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯିବାବେଳେ ଏହି ଜାତୀୟ ରାଜପଥର ଅଧା ରାସ୍ତାକୁ ମାଡ଼ି ବସିଥିଲେ। ପୁଣି କେଉଁଠି ବରଯାତ୍ରୀ ଦଳ ସମ୍ପୂର୍ଣ ରାସ୍ତା ମାଡ଼ି ବସିଥିଲେ। ଏଣୁ ଆଜି ଏହି ରାସ୍ତା ଦେଇ ପୁରୀ ଓ ଅନ୍ୟାନ୍ୟ ସ୍ଥାନକୁ ଯାଉଥିବା ଏବଂ ପୁରୀ ପାର୍ଶ୍ୱରୁ ଆସୁଥିବା ଗାଡ଼ି ଗଡ଼ି ପାରିନଥିଲା। ଦୁଇ ଚକିଆ, ଚାରିଚକିଆଠାରୁ ଆରମ୍ଭ କରି ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିସବୁ ଭିଡ଼ରେ ଅଟକି ରହିଥିଲେ। କମିସନରେଟ ପୁଲିସ ଓ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ସବୁ ଦେଖି ନ ଦେଖିବା ଭଳି ନିରବ ଥିବା ଅଭିଯୋଗ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70