ରାଜ୍ୟ

ଲ ଉତ୍ପାତ ନେଇଜନସାଧାରଣ ଅତିଷ୍ଠ, କ୍ଷତିପୂରଣ ଦାବି

ଲ ଉତ୍ପାତ ନେଇଜନସାଧାରଣ ଅତିଷ୍ଠ, କ୍ଷତିପୂରଣ ଦାବି

  • ଦ୍ୟ ଅନ୍ବେଷଣରେ ଜଗଂଲୀ ଜନ୍ତୁ ଜନ ବସତି ମୁହାଁ ହେବା
  • ପରେ ଧନ ଜୀବନ ହାନି ଘଟୁଛି।
  • କେତେବେଳେ ହାତୀ ଘର ଭାଙ୍ଗୁଛି ତ  ଆଉ କେତେବେଳେ ଜୀବନ ନେଉଛି।
  • ଏମିତି ହାତୀ ମଣିଷ ଲଢେଇ ଜାରି ରହିଛି ଖୋର୍ଦ୍ଧା ଅଚଂଳରେ।

ଭୁବନେଶ୍ୱର ୦୭-୦୨-୨୦୨୬(ଏସ.ଏମ ) :  ଖାଦ୍ୟ ଅନ୍ବେଷଣରେ ଜଗଂଲୀ ଜନ୍ତୁ ଜନ ବସତି ମୁହାଁ ହେବା ପରେ ଧନ ଜୀବନ ହାନି ଘଟୁଛି। କେତେବେଳେ ହାତୀ ଘର ଭାଙ୍ଗୁଛି ତ ଆଉ କେତେବେଳେ ଜୀବନ ନେଉଛି। ଏମିତି ହାତୀ ମଣିଷ ଲଢେଇ ଜାରି ରହିଛି ଖୋର୍ଦ୍ଧା ଅଚଂଳରେ। ଦୀର୍ଘ ଦିନ ଖୋର୍ଦ୍ଧା ରେଞ୍ଜ ଓ ଟାଙ୍ଗି ରେଞ୍ଜରେ ହାତୀପଲ ଉତ୍ପାତ କରୁଛନ୍ତି, ଯାହାକୁ ନେଇ ଜନସାଧାରଣ ଅତିଷ୍ଠ ହୋଇ ପଡିଛନ୍ତି। ହାତୀ-ମଣିଷ ଲଢେଇରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ବନବିଭାଗ ହାତୀ ଘଉଡ଼ାଇବାରେ ସେମିତି ଆଖି ଦୃଶିଆ ପଦକ୍ଷେପ ନେଉନଥିବା ସାଧାରଣରେ ଅଭିଯୋଗ ହେଉଛି। ହାତୀ ମଣିଷ ଲଢେଇରେ ଆଜି ଜଣେ ନିରିହ ଯୁବକଙ୍କ ଜୀବନ ଯାଇଛି।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍ଗି ରେଞ୍ଜ ଅନ୍ତର୍ଗତ ସିକୋ ପଚାଂୟତ ଖଡ଼ିପଦର ଗ୍ରାମର ଶଙ୍କର ରାଉତରାୟ ହାତୀ ସାମ୍ନାରେ ପଡ଼ି ଜୀବନ ହାରିଛନ୍ତି। ରଣପୁର ରେଞ୍ଜ ମହତପଲା ଗ୍ରାମ ପଂଚାୟତର ବିରୁଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଭିକାରି ବେହେରା (୫୮) ବର୍ଷ ବୋଲି ଜଣାପଡିଥିବା ବେଳେ ଗାଁ ଦାଣ୍ଡରେ ତାଙ୍କୁ ଦନ୍ତା ଆକ୍ରମଣ କରି ମାରିଥିବା ଜଣାପଡ଼ିଛି।

ଉତ୍ୟକ୍ତ ଲୋକ ଜଙ୍କିଆ ରଣପୁର ମୁଖ୍ଯରାସ୍ତାକୁ ଅବରୋଧ କରିଛନ୍ତି। ଗତକାଲି ଶଙ୍କର ବିଳମ୍ବିତ ରାତ୍ରିରେ ନିଜ ଗାଁ ଖଡିପଦରକୁ ସାଇକେଲରେ ଫେରୁଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ଘଟଣାସ୍ଥଳରେ ଶଙ୍କରଙ୍କୁ କଚାଡି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇ ମାରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ତେବେ ସକାଳୁ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଚଂଳବାସୀ ତାଙ୍କର ପରିବାରକୁ କ୍ଷତିପୂରଣ ସହ ହାତୀପଲକୁ ଘଉଡ଼ାଇବା ଦାବି କରି ଜଙ୍କିଆ-ରଣପୁର ମୁଖ୍ଯ ରାସ୍ତାକୁ ଅବରୋଧ କରିଛନ୍ତି। ଟାଙ୍ଗି ରେଞ୍ଜ ସିକୋ ଅଚଂଳରେ ୨୦ ଟିକିଆ ହାତୀପଲ ମାସେରୁ ଊର୍ଦ୍ଧ୍ବ ସମୟ ଧରି ରହି କ୍ଷୟକ୍ଷତି କରୁଥିବା ବେଳେ ହାତୀ ଘଉଡ଼ାଇବାରେ ବନବିଭାଗ କୌଣସି ପଦକ୍ଷେପ ନେଇନଥିବା ସ୍ଥାନୀୟ ଅଚଂଳବାସୀ ଅଭିଯୋଗ କରିବା ସହ ରାତି ହେଲେ ହାତୀ ରହିବା କାରଣରୁ ବିଦ୍ଯୁତ ସଂଯୋଗ କାଟି ଦେବାରୁ ସମସ୍ଯା ଦୁଇଗୁଣିତ ହେଉଥିବା କହିଛନ୍ତି, ଯାହାକୁ ନେଇ ହାତୀ ଗାଁ ଦାଣ୍ଡରେ ବୁଲୁଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ଆଉ ହୀତୀ ଭୟରେ ଗାଁରେ ରାତି ହେଲେ ତାଟି କବାଟ ପଡୁଥିବା ସ୍ଥାନୀୟ ଅଚଂଳବାସୀ ପ୍ରକାଶ କହିଛନ୍ତି।

ଗାଁରେ ପଶି କ୍ଷତି ପହଞ୍ଚାଉଛନ୍ତି ହାତୀ…
ତେବେ ହାତୀପଲକୁ ବନବିଭାଗ କେବେ ଘଉଡାଇ ଏବଂ ଜନବସତି ମୁହା କିପକି ଜଗଂଲୀ ଜନ୍ତୁ ନହେଲେ ସେନେଇ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ଜନତା କହିଛନ୍ତି ମୃତ ଶଙ୍କର ଛୋଟ ଦୋକାନ ଟିଏ କରି ଚଳୁଥିଲା। ସେ ଦୋକାନ ବନ୍ଦକରି ଘରକୁ ଫେରିବା ବେଳେ ଏମିତି ଘଟିଛି। ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବା କହିଛନ୍ତି। ସିକୋ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ଆଜି ଅଭାବନୀୟ ଘଟଣା ଘଟିଛି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ବୀଭତ୍ସ ଭାବେ ମାରିଛି ହାତୀ। ମାସେରୁ ଅଧିକ ଦିନ ଧରି ଗାଁ ନିକଟରେ ୨୦ ଟିକିଆ ହାତୀପଲ ରହୁଛନ୍ତି। ରାତି ହେଲେ ବିଦ୍ୟୁତ କାଟିଦେବାରୁ ହାତୀ ଗାଁ ଦାଣ୍ଡରେ ପଶି କ୍ଷୟକ୍ଷତି କରୁଛନ୍ତି, ଯାହାର ପ୍ରତିବାଦ କରି ରାସ୍ତାରୋକ ହୋଇଛି ଏବଂ ଏ ଅଞ୍ଚଳରେ ସୋଲାର ଲାଇଟ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70