ମେଣ୍ଢାଶାଳ ହିଂସା: ଦୁଇ ଦିନ ଧରି ଭଗବତୀପୁରରେ ଜଳି ନାହିଁ ଚୁଲି
ମେଣ୍ଢାଶାଳ ହିଂସା: ଦୁଇ ଦିନ ଧରି ଭଗବତୀପୁରରେ ଜଳି ନାହିଁ ଚୁଲି
ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଭଗବତୀପୁର ଗାଁ। ହୋଲିରେ ସମସ୍ତେ ଆନନ୍ଦିତ ହେଉଥିବା ବେଳେ ଗାଁରେ ପୁରୁଷ ଶୂନ୍ୟ ହୋଇଯାଇଛି। ଦୁଇ ଦିନ ଧରି ଚୁଲିକୁ ହାଣ୍ଡି ଯାଇନାହିଁ।
ଭୁବନେଶ୍ୱର ୦୬-୦୩-୨୦୨୬(ଏସ .ଏମ ) : ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଭଗବତୀପୁର ଗାଁ। ହୋଲିରେ ସମସ୍ତେ ଆନନ୍ଦିତ ହେଉଥିବା ବେଳେ ଗାଁରେ ପୁରୁଷ ଶୂନ୍ୟ ହୋଇଯାଇଛି। ଦୁଇ ଦିନ ଧରି ଚୁଲିକୁ ହାଣ୍ଡି ଯାଇନାହିଁ। ଦୁଇ ଦିନ ଧରି ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ହୋଇଛି। ଗାଁ ଏବଂ ଖାଁ ଖାଁ ଲାଗୁଛି। ଲୋକମାନେ ଦିନ ମଝୁରିଆ, କାମ ନକରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଭଗବତୀପୁର ଗାଁର ମହିଳା। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଭଗବତୀପୁର ଓ ଆଖପାଖ ଅଞ୍ଚଳର ଲୋକମାନେ ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ହୋଲିରେ ସବୁଆଡେ ରଙ୍ଗର ପର୍ବ ପାଳିତ ହେଉଥିବା ବେଳେ ଝୁମୁକା ଡ୍ୟାମ ପାଲଟିଲା ରଣକ୍ଷେତ୍ର। ଏଥିରେ ଭଗବତୀପୁର ଗ୍ରାମର ମହିଳା ଓ ପୁରୁଷ ସହିତ ଚନ୍ଦକା ଥାନା ପୁଲିସ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ପୁଲିସ, ୧୦ ଜଣ ଗ୍ରାମବାସୀ ଗୁରୁତର ହୋଇଥିଲେ। ଭଗବତୀପୁରରେ ୧୬୩ ଧାରା ଜାରି ରହିଛି। ଗାଁ ମୁଣ୍ଡରେ ପୁଲିସ ଜଗିରହିଛି। ଏବେ ଭଗବତୀପୁର ଗାଁ ପୁରୁଷ ଶୂନ୍ୟ ହୋଇଛି।
ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠିଛି ଯେ, ଚନ୍ଦକା ଥାନା ଆଇଆଇସି ସମିତା ମିଶ୍ରଙ୍କର କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରିଛନ୍ତି। ହୋଲି ହୋଉଛି ରଙ୍ଗର ପର୍ବ। ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ମଜା ନେଉଛନ୍ତି। ଝୁମୁକା ଡ୍ୟାମକୁ ବହୁ ଲୋକମାନେ ଆସିଥାନ୍ତି। ଲୋକଙ୍କୁ ସୁବିଧା ଯୋଗାଇ ଦେବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା କରିବା। ମଦ୍ୟପାନ ପାଇଁ ଆଇଆଇସି ଗାଁ ମୁଣ୍ଡରେ ବ୍ରେଥ ଆନାଲାଇଜର ଯନ୍ତ୍ର ଦ୍ୱାରା ଯାଞ୍ଚ କରିବା ଠିକି ନୁହେଁ ବୋଲି କହିଛନ୍ତି। ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଏବଂ ଗ୍ରାମର ମହିଳା ଓ ପୁରୁଷ ମିଶି ପୁଲିସ ହୋମଗାଡକୁ ଅପହରଣ କରି ରଖିବା କୁ ମଧ୍ୟ ନିନ୍ଦା କରିଛନ୍ତି। ଭଗବତୀପୁର ଆଦିବାସୀ ଅଧ୍ୟୁଷିତ ଗାଁ ୧୫୦ ଘର ଥିବା ବେଳେ ୫ଶହରୁ ଅଧିକ ଭୋଟର ଅଛନ୍ତି। ଅଧିକ ଲୋକ ଦିନ ମଜୁରିଆ ଅଶିକ୍ଷିତ। ଆଜି ଜଟଣୀ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପହଞ୍ଚି ଭଗବତୀପୁର ଗ୍ରାମକୁ ଯାଇ ବୁଝାସୁଝା କରିଥିଲେ।
