LatestNewsTOP STORIESବାଣିଜ୍ୟରାଜନୀତିରାଜ୍ୟ

ରାଜସ୍ୱ ବିଭାଗର ଅଧିକାରୀ, କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ

ରାଜସ୍ୱ ବିଭାଗର ଅଧିକାରୀ, କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ

ରାଜସ୍ୱ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ଉଦ୍ୟମକୁ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ…

ଭୁବନେଶ୍ୱର ୦୬-୦୩-୨୦୨୬(ଏସ .ଏମ ) : ରାଜସ୍ୱ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ଉଦ୍ୟମକୁ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ। ଏହା ମାଧ୍ୟମରେ ରାଜ୍ୟର ପାରମ୍ପରିକ ବୟନ ଓ ହସ୍ତତନ୍ତ ଶିଳ୍ପ ପ୍ରତି ସମ୍ମାନ ଓ ସମର୍ଥନ ପ୍ରକାଶ ପାଇଛି।ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆଜି ଲୋକସେବା ଭବନ ସମ୍ମୁଖରେ ସମସ୍ତଙ୍କର ଏକ ଗ୍ରୁପ୍ ଫଟୋ ମଧ୍ଯ ଉଠାଯାଇଥିଲା, ଯାହା ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ଐତିହ୍ୟର ପ୍ରଚାର ପ୍ରତି ବିଭାଗର ସମୂହ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି।ଏହି ଅବସରରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ କହିଥିଲେ,ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ସ୍ୱଦେଶୀ ହସ୍ତତନ୍ତ ପଦାର୍ଥ ବ୍ୟବହାରକୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ବୁଣାକାରମାନଙ୍କ ଜୀବିକାକୁ ସମର୍ଥନ ଦେବା ଲକ୍ଷ୍ୟ ରହିଛି। ସେହିପରି ଏହା ମାଧ୍ୟମରେ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ ହସ୍ତତନ୍ତ ପରମ୍ପରା ପ୍ରତି ଅଧିକ ସଚେତନତା ଓ ସ୍ୱୀକୃତି ମଧ୍ଯ ବୃଦ୍ଧି ପାଇବ।

ଏହି ପରିପ୍ରେକ୍ଷୀରେ ରାଜସ୍ୱ ସଚିବ ଶ୍ରୀ ପାଢ଼ୀ ଏହି ଉଦ୍ୟମରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଗ୍ରହ ସହକାରେ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ l ସୂଚନାଯୋଗ୍ଯ ଯେ, ପୂର୍ବରୁ ରାଜସ୍ୱ ସଚିବ ବିଭାଗର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଚିଠି ଲେଖି ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ପୋଷାକ ପରିଧାନ ସହ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସଂସ୍କୃତିକୁ ପ୍ରଚାର କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70