ଅପରାହ୍ନ ୨ଟାରେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପିଏକ୍ସଇ କ୍ୟାମ୍ପସରେ ବୈଠକ
ଅପରାହ୍ନ ୨ଟାରେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପିଏକ୍ସଇ କ୍ୟାମ୍ପସରେ ବୈଠକ
ଆଜି ପ୍ରତିରକ୍ଷା ସୁରକ୍ଷା ବ୍ୟବସ୍ଥା ନେଇ ପୂର୍ବାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି ବାଲେଶ୍ବର ଅପରାହ୍ନ ୨ଟାରେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପିଏକ୍ସଇ କ୍ୟାମ୍ପସରେ ବୈଠକ ବସିବ। ବୈଠକରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି।
ବାଲେଶ୍ବର/ଭୁବନେଶ୍ୱର ୦୯-୦୫-୨୦୨୫( ଏସ.ଏମ ) : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି ହୋଇଛି। ଆଇଟିଆର, ପିଏକ୍ସଇ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଛି। ଆଜି ପ୍ରତିରକ୍ଷା ସୁରକ୍ଷା ବ୍ୟବସ୍ଥା ନେଇ ପୂର୍ବାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି ବାଲେଶ୍ବର ଅପରାହ୍ନ ୨ଟାରେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପିଏକ୍ସଇ କ୍ୟାମ୍ପସରେ ବୈଠକ ବସିବ। ବୈଠକରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ବାଞ୍ଚଳ ଡିଆଇଜି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡିଜିପି ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଡିଆଇଜି, ଆଇଜି ଓ ଏସ୍ପିଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ସମସ୍ତଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶେଷକରି ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ସବୁ ଦିଗରୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି ହୀରାକୁଦ ଭଳି ବଡ଼ବଡ଼ ଡ୍ୟାମ୍, ବିମାନବନ୍ଦର ଓ ବନ୍ଦରଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ସମ୍ବେଦନଶୀଳ ଜାଗାଗୁଡ଼ିକରେ ଘନଘନ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ସମେତ ୪ଟି ଏୟାର୍ପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ରାଉରକେଲା ଓ ଜୟପୁର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଫୋକସ୍ରେ ରଖାଯାଇଛି। ତଟରକ୍ଷୀ ବାହିନୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ପୁଲିସ ଓ ତଟରକ୍ଷୀ ବାହିନୀମଧ୍ୟରେ ରୀତିମତ ଯୋଗାଯୋଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସର୍ବୋପରି ଡିଜିପି, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ନିୟମିତ ବ୍ୟବଧାନରେ ଯୋଗାଯୋଗରେ ଥିବା ଜଣାପଡ଼ିଛି।