ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ଗୁଳିବିନିମୟ

ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ଗୁଳିବିନିମୟ

୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି/ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣ ୨୬ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣ ୨୬ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।ବିଶେଷ ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଚଢ଼ାଉ କରିଛନ୍ତି। ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ଲଗାଇ ବିଛାଇଛି ସୁରକ୍ଷାକର୍ମୀ। ଯବାନଙ୍କ ଏନକାଉଣ୍ଟରରେ ଏଯାଏ ୨୬ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଡିଆରଜି,ଏସଟିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *