ରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଆଉ ପାଦେ ଆଗେଇଲା ବାମପାର୍ଶ୍ବ ୨୦୦ ଫୁଟିଆ ରାସ୍ତା

ଆଉ ପାଦେ ଆଗେଇଲା ବାମପାର୍ଶ୍ବ ୨୦୦ ଫୁଟିଆ ରାସ୍ତା

ସଲିଆସାହିରୁ ଉଠିବେ ୫୨୧ ପରିବାର, ବୁଦ୍ଧବିହାରରେ ଥଇଥାନ ହେବେ

ଭୁବନେଶ୍ୱର ୨୯-୦୫-୨୦୨୫(ଏସ.ଏମ ) :  ୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକାମ ଆଉ ପାଦେ ଆଗେଇଛି। ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ। ସାଲିଆସାହି ଭିତରେ ହିଁ ଯିବ। ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆସରିଛି। ସେମାନେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର କରିଥିବାରୁ ଆଉ ୧୦ରୁ ୧୫ ଦିନ ମଧ୍ୟରେ ୨୭ଟି ଯାକ ଘର ଭାଙ୍ଗିବାକୁ ରୂପ‌ରେଖ ପ୍ରସ୍ତୁତ ହୋଇଛି। 

ବୁଦ୍ଧବିହାରରେ ଥଇଥାନ ହେବେ
୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ
ରଜ ଭିତରେ ପୁଣିଥରେ କାମ ଆରମ୍ଭ

ଏକାମ୍ରକାନନ ଛକରୁ ହତିଆସୁଣୀ ପଡ଼ିଆ ମଧ୍ୟ‌ରେ ସାଲିଆସାହି ଭିତରେ ୮୭୭ ମିଟର କାମ ବାକି ରହିଛି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ତିନି ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତାରେ ଥିବା ୨୭ଟି ଘରୋଇ ଜମି ମାଲିକ ପଞ୍ଜୀକରଣ କରି ସାରିଛନ୍ତି। ନିୟମ ଅନୁଯାୟୀ କେତେକ ଜମି ମାଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଉ କିଛିଜଣଙ୍କୁ ଜମି ଯୋଗାଇ ଦିଆଯାଇଛି। ତେଣୁ ଏବେ ସେଠାରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ। ଏକାମ୍ରକାନନ ପାର୍ଶ୍ବରୁ ୨୫୦ ମିଟର ରାସ୍ତା କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ପୁଲିସ ଉପସ୍ଥିତିରେ ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍‌ସି ସର୍ଭେ କରିଥିଲେ ମଧ୍ୟ ସାଲିଆସାହିରେ କୌଣସି ପ୍ରକାର ପ୍ରତିବାଦର ସ୍ବର ଉଠି ନାହିଁ। ବରଂ ୫ ବର୍ଷ ହେଲା ଏହି ରାସ୍ତାକୁ ବିରୋଧ କରି ଆସୁଥିବା ବସ୍ତିବାସିନ୍ଦା ପ୍ରଶାସନକୁ ସହଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଦୀର୍ଘବର୍ଷ ହେଲା ଏହ‌ି ରାସ୍ତା ନିର୍ମାଣକୁ ବିରୋଧ ହେଉଥିଲା। ସାଲିଆସାହିରେ ପ୍ରବେଶ କରିବାକୁ ପ୍ରଶାସନ ବାରମ୍ବାର କଳବଳ କୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ। ଏକାଧିକ ଥର ପୁଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ଦୁଇ ବର୍ଷ ହେଲା ହାତିଆଶୁଣୀ ପଡ଼ିଆଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବସ୍ତିବାସିନ୍ଦାଙ୍କ ସୁରକ୍ଷା, ଜମି ପଟ୍ଟା ପ୍ରଦାନ ପରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ କୌଣସି ପଟ୍ଟା ମିଳି ନାହିଁ। ଏବେ ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ପ୍ରଶାସନ ଯେଉଁ ଯୋଜନା କରିଛି ତାହା କେତେଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *